ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ଙ୍କ ପରଲୋକ : ଜିଲ୍ଲାର ଏକମାତ୍ର ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ

0
256

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୭/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମ ର ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ପ୍ରଧାନ ଙ୍କ ଗତକାଲି ପରଲୋକ ହୋଇଛନ୍ତି |

ମିଳିଥିବା ସୂଚା ନୁ ଯାଇ ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ପ୍ରଧାନ ପୂର୍ବରୁ ବାତ ରୋଗରେ ପୀଡିତ ଥିଲେ | କାଲି ସନ୍ଧ୍ୟା ରେ ଅସୁସ୍ଥତା ଅନୁଭବ କରି ୭.୩୦ ମିନିଟ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ସେ ବିଗତ ୪୦ ବର୍ଷଧରି ସାମ୍ବାଦିକତା କରୁଥିଲେ ଓ ପରଲୋକ ହେବା ସମୟରେ ତାଙ୍କୁ ୭୨ ବର୍ଷ ବୟସ ଛୁଇଁଥିଲା |

ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକ ଭାବରେ ଜିଲ୍ଲା ରେ ପରିଚିତ ହେବା ସହିତ ଜିଲ୍ଲା ରେ ଏକମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଥିଲେ | ତାଙ୍କ ବିୟୋଗ ରେ ଜିଲ୍ଲା ର ବିଭିନ୍ନ ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି |