ସାଧାରଣ ଜନତାଙ୍କ ସ୍ୱର

ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଟୀକା କରଣ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧୬/୧): କନ୍ଧମାଳ ଜିଲ୍ଲା ର ପାଞ୍ଚଟି ସ୍ଥାନ ରେ ମହାମାରୀ କୋରନା ରୋଗ ର ନିଦାନ ପାଇଁ ପ୍ରଥମ ପର୍ଯ୍ୟୟ ଟୀକା କରଣ ଅଭିଯାନ ଆରମ୍ବ ହୋଇଛି |ପ୍ରଥମେ ସ୍ଵାସ୍ତ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କୁ କୋରନା ଟୀକା ପ୍ରଦାନ କରାଯାଇଛି |

ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନା ରେ ଟୀକା କରଣ କାର୍ଯ୍ୟକ୍ରମ ରେ ବାଲିଗୁଡା ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡ଼ ବିଜୟ କୁମାର ସୁର ତଦାରଖ କରିଥିଲେ |ବାଲିଗୁଡା ରେ କୋରନ ଯୋଦ୍ଧା ପୁରୁଷ ସ୍ଵାସ୍ତ୍ୟ କର୍ମୀ ଶରତ ମୁଖୀ ଙ୍କୁ ପ୍ରଥମ ଟୀକା ପ୍ରଦାନ କରାଯାଇଛି | ଆଜି କେବଳ ସ୍ୱାସ୍ଥ୍ୟ କାର୍ଯ୍ୟ ରେ ନିୟୋଜିତ କୋରନା ଯୋଦ୍ଧା ମାନଙ୍କୁ ଟୀକା କରଣ କରାଯାଇଛି |ଟୀକା ନେଇଥିବା ବ୍ୟକ୍ତି ମାନେ ପ୍ରଥମ ଟୀକା ଦିଆଯାଇ ଥିବାରୁ ଖୁସି ପ୍ରକଟ କରଛନ୍ତି ଓ ସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |ବାଲିଗୁଡା ରେ ପ୍ରଥମ ପର୍ଯ୍ୟାୟ ଟୀକା କରଣ ରେ ଏକ ଶତ କୋଡ଼ିଏ ଜଣ ସ୍ୱାସ୍ଥ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଓ ମେଡିକାଲ କର୍ମଚାରୀ ଙ୍କୁ ପ୍ରଦାନ କରାଯାଇଛି |

Leave a Reply

Your email address will not be published. Required fields are marked *

%d bloggers like this: