ସାଧାରଣ ଜନତାଙ୍କ ସ୍ୱର

ବିନିକାରେ ଛାତ୍ର କଂଗ୍ରେସର କମ୍ପନ ସମାବେଶ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୪/୦୧): ବିନିକା ନୂଆବଜ଼ାର ଚନ୍ଦ୍ରମା ହଟେଲ ଠାରେ ଛାତ୍ର କଂଗ୍ରେସ ପକ୍ଷରୁ କମ୍ପନ ସମାବେଶ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୋବିନ୍ଦା ଝଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରୋଶନଲାଲ ବୁଟୁ , ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାଶୀର ନଓବାଜ , ଜିଲ୍ଲା କଂଗ୍ରେସ ସଭାପତି ଗୋୖରିଶ୍ୟାମ ପଣ୍ଡା , ବଲାଙ୍ଗୀର ଜିଲ୍ଲାର ଛାତ୍ର କଂଗ୍ରେସ ର ପୂର୍ବତନ ସଭାପତି ଅଙ୍କିତ ସାହୁ , ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ , ଯୁବ ସଂଗଠକ ପ୍ରଦୀପ ସେଠୀ , ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିଜୟ ଭୋଇ ପ୍ରମୁଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରବା ସହ ସମସ୍ତ କର୍ମୀ ଏକଜୁଟ ହୋଇ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିବାବେଳେ ଏଥିରେ ବିଶେଷକରି ଛାତ୍ର ଓ ଯୁବକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଶେଷରେ ଶ୍ରୀନିବାଶ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ କର୍ମୀମାନେ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଅତିଥି ମାନଙ୍କୁ ସଭା ସ୍ଥଳକୁ ପାଛୋଟି ନେଇଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: