ସାଧାରଣ ଜନତାଙ୍କ ସ୍ୱର

ରହସ୍ୟ ଜନକ ଭାବେ ପାଣିରୁ ଦୁଇ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୧୪-୦୧): ଟିଟିଲାଗଡ ମୁନିସିପାଲଟି ଅନ୍ତର୍ଗତ ୧୫ ନଂ ୱାର୍ଡ ର ସନ୍ତିନିବାସ ଗଳି ର ଦୁଇ ଛୋଟ ଶିଶୁ କନ୍ୟା ଙ୍କ ପାଣିରେ ବୁଡି ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ହଟପଦା ପଡା ର ଆଇନ ଯିବି ସଞ୍ଜୀବ ପାଢ଼ୀଙ୍କ ସାତ ବର୍ଷୀୟ ଝିଅ ଶ୍ରଦ୍ଧା ପାଢ଼ୀ ଓ ଉକ୍ତ ସାଇର ସରୋଜ ରଥଙ୍କ ଆଠ ବର୍ଷୀୟ ଝିଅ ରାଖୀ ରଥ ଉଭୟ ନିକଟରେ ଥିବା ନାଳକୁ ଯାଇଥିଲେ ।

ସେଠି ଉକ୍ତ ଦୁଇଜଣଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଉକ୍ତ ମୃତ ଦୁଇ ଶିଶୁକନ୍ୟା ଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ପାଣି ରେ ବୁଡି ପାଣି ପିଇ ମୃତ୍ୟୁ ଘଟିଥିବା ଜଣାଯାଇଥିବା ବେଳେ କିପରି ମୃତୁ କେଉଁ କାରଣରୁ ହୋଇଛି ସେ ନେଇ ନା ନା ପ୍ରକାର ଆଲୋଚନା ହେବାରେ ଲାଗିଛି । ପାଣି ରେ ଉକ୍ତ ଦୁଇ ଝିଅ ଙ୍କ ଶରୀର ଫୁଲି ଯାଇଥିବା ବେଳେ ସେମାନଙ୍କ କେଉଁ କାରଣରୁ ମୃତ୍ୟୁ ଘଟିଛି କିଛି ସ୍ପଷ୍ଟ ଜଣାଯାଇ ନାହିଁ । ତାଙ୍କ ସବ କୁ ଟିଟିଲାଗଡ ଡାକ୍ତରଖାନା କୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିବା ସହ ପୋଲିସକୁ ସୂଚନା ଦିଆଯାଇଛି । ତେବେ ଟିଟିଲାଗଡ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

%d bloggers like this: