ସାଧାରଣ ଜନତାଙ୍କ ସ୍ୱର

୧୯୬୧ ମସିହା ସପ୍ତମ ଶ୍ରେଣୀ ବ୍ୟାଜର ବନ୍ଧୁମିଳନ ଅନୁଷ୍ଠିତ

ରିପୋର୍ଟ: ମାଧବ ସାହୁ //
ସାଲେଭଟା (୧୪/୦୧): ଆଗଲପୁର ବ୍ଲକ ସାଲେଭଟା ଗ୍ରାମରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୬୧ମସିହାର ସପ୍ତମ ବେଚରେ ପଢୁ ଥିବା ପୁରାତନ ଛାତ୍ର ମାନଙ୍କ ବନ୍ଧୁମିଳନ ଆଜି ମକରସଂକ୍ରାନ୍ତି ଦିନ ଝାର ବନ୍ଦଲି ଆମ୍ବବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି |

ଆଵାହକ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ମିଶ୍ର ଏବଂ ସଂଚାଳନ ଶ୍ରୀଯୁକ୍ତ ନନ୍ଦଲାଲ ପଟେଲଙ୍କ ନେତୃତ୍ୱ ରେ ହୋଇଥିଲା | ଏହି ବନ୍ଧୁମିଳନ ୬୦ବର୍ଷ ବ୍ୟବଧାନ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିଥିଲା ଏବଂ ସମସ୍ତେ ଖୁସି ଅନୁଭବ କରୁଥିଲେ | ଏହି ବନ୍ଧୁମିଳନରେ ୧୯୬ମସିହା ରେ ଶିକ୍ଷାଦାନ କରୁଥିବା ଗୁରୁ ଶ୍ରୀଯୁକ୍ତ ନରସିଂହ ପ୍ରସାଦ ଗୁରୁ ଏବଂ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ଯୋଗଦାନ କରିଥିଲେ | ତାଙ୍କୁ ଯଥାରୀତି ସମ୍ମାନିତ କରାଯାଇଥିଲା | ସମୁଦାୟ ୨୨ଜଣ ଛାତ୍ର ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

%d bloggers like this: