ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ,କୋରାପୁଟ (୧୩/୦୧/୨୧): ଯୁବ ବ୍ୟବସାୟୀ ସମିର ପାତ୍ରଙ୍କ ଅକାଳରେ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ମାତ୍ର ୩୦ବର୍ଷ ହୋଇଥିଲା। ଘରର ଏକ ମାତ୍ର ପୁଅ ଥିଲେ। ସେ ଜଣେ ଅତ୍ୟନ୍ତ ନମ୍ର ଶାନ୍ତ ଓ ମେଳାପି ସ୍ଵଭାବର ଯୁବକ ଥିଲେ।
ଗତ ତିନି ବର୍ଷ ତଳେ ଗାଧୁଆ ଘରେ ଗୋଡ ଖସି ଯିବାରୁ ମୁଣ୍ଡର ପଛ ପଟରୁ ଆଘାତ ଲାଗିଥିଲା। ପରେ ଚିକିତ୍ସା ହେବାରୁ କିଛିଟା ସୁସ୍ଥ ହୋଇ ଥିଲେ। କିନ୍ତୁ ମାସକ ତଳେ ପୁଣି ଥରେ ଅସୁସ୍ଥ ଅନୁଭବ କରିବାରୁ ଭିଲାଇ ଠାରେ ଏକ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିଲେ କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏକମାତ୍ର ପୁତ୍ରକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଲମତାପୁଟ ବଜାରରେ ଶୋକର ଛାୟା ଖେଳି ଯାଇଛି। ମାର୍କେଟର ସମସ୍ତ ବ୍ୟବସାୟୀ ସମୀରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଂଜଳି ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ।

