ସାଧାରଣ ଜନତାଙ୍କ ସ୍ୱର

ଭାରସାମ୍ୟ ହରାଇ ଓଲଟିଲା ଓଟୋ, ୪ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୩/୦୧): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ବାବାଜିଗୁଡା ଛକ ନିକଟରେ ଅଟୋ ଓଲଟି ୪ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତି କରାଯାଇଛି ।

ସୂଚନା ଅନୁଯାୟୀ ପକାନାଗୁଡ଼ ଗ୍ରାମର ୩ ଜଣ ମହିଳା ଏବଂ ଜଣେ ପୁରୁଷ ଶୋକ ଖବର ଶୁଣି ଗୁମିଦରା ଗ୍ରାମକୁ ଅଟ ଯୋଗେ ଯାଇ ଘରକ କୁ ଫେରୁଥିବା ସମୟରେ ବାବାଜିଗୁଡା ଛକ ନିକଟରେ ଭାରସାମ୍ୟ ହରାଇବା ଫଳରେ ଅଟୋ ଟି ଓଲଟି ପଡିବା ଫଳରେ ୪ ଜଣ ଗୁରୁତର ଅଛନ୍ତି । ସଙ୍ଗେସଙ୍ଗେ ସେମାନଙ୍କୁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ରେ ପ୍ରାଥମିକ ଚିକିତ୍ସା ନିମନ୍ତେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ପାପଡାହାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

%d bloggers like this: