ସାଧାରଣ ଜନତାଙ୍କ ସ୍ୱର

କଲ୍ୟାଣୀ ଯୁବଶକ୍ତି ସଂଗଠନର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟର : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା ୧୩/୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ନୂତନ ବର୍ଷ ଓ ଜାତୀୟ ଯୁବ ଦିବସ ଅବସରରେ ଥିବା କଲ୍ୟାଣୀ ଯୁବଶକ୍ତି ସଂଗଠନ ତରଫରୁ ବନ୍ଧୁମିଳନ ସହ ବଣଭୋଜି ର ଆୟଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଭୁ କିଶୋର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ସ୍ବାଇଁ,ଗୁଡ୍ଲା ସୁରେଶ, କୁମୁଟି କାଡ୍ରାକା,ସିରିକା କାଡ୍ରାକା,ଯୋଗ ଦେଇଥିଲେ।

ଉକ୍ତ ଦିନଟି ଜାତୀୟ ଯୁବ ଦିବସ ହୋଇଥିବାରୁ ଯୁବକ ମାନଙ୍କୁ ସମାଜ ପ୍ରତି ନିଷ୍ଠା ଓ ନିସ୍ବାର୍ଥପର ଭାବେ ସେବା କରିବା ସହ ସମାଜର କିପରି ଉନ୍ନତି ହେବ ସେହି ଉପରେ ଗୁରୁତ୍ବ ଦେବା। ସମାଜରେ ଯୁବକ ମାନଙ୍କର ମୁଖ୍ୟ ଭୁମିକା ରହିଛି ଏଣୁ ସମସ୍ତ ଯୁବକ ଭାଇମାନେ ଏକତ୍ରିତ ହୋଇ ସାମାଜିକ ଓ ସାଂଗଠନିକ କାର୍ଯରେ ସହଯୋଗ କରିବା ପାଇଁ ଅତିଥି ମାନେ ଉପଦେଶ ଦେବା ସହ ଉସ୍ଛାହିତ କରିଥିଲେ। ଅତିଥି ମାନଙ୍କର ଏହି ଉପଦେଶ କୁ ସୁଃଚାରୁ ରୁପେ ପାଳନ କରିବୁ ବୋଲି ସଂଗଠନର ସମସ୍ତ ସଦସ୍ୟ ମାନେ ସପଥ ନେଇଥିଲେ। ସଂଗଠନ ତରଫରୁ ଗରିବ ଅସହାୟ ମାନଙ୍କୁ ସହାୟତା,ରକ୍ତ ଦାନ,ବୃକ୍ଷରୋପଣ, ସ୍ବଛ୍ଛଭାରତ,କୋରନା ସଚେତନତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଆଗାମୀ ଦିନରେ ସଂଗଠନ ତରଫରୁ ରକ୍ତ ଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଓ ବ୍ଲକ୍ ର ପ୍ରତି ଗାଁରେ ଥିବା ସମସ୍ୟା କୁ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ କରିବା,ବ୍ଲକ୍ ର ବେକାର ଯୁବକ ଯୁବତୀ ମାନେ କିପରି ନିଯୁକ୍ତି ପାଇବା ସହ ରୋଜଗାର କ୍ଷମ ହେବେ ବୋଲି ଏହାହିଁ ସଂଗଠନର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା। ଏଥିରେ ସଂଗଠନର ସଭାପତି ଶଙ୍କର ୱାଡାକା,ଉପସଭାପତି ମଣି ୱାଡାକା,ସମ୍ପାଦକ ହରି ହିକକା,କଷାଧ୍ୟକ୍ଷ ତ୍ରୀଲୋଚନ କାଶୀ,ଉପଦେଷ୍ଟା ମିଣ୍ଟୁ ଦଣ୍ଡସେନା,ସନ୍ତୋଷ କୁମାର ଲମ୍ବତା,ନବଘନ ଦଣ୍ଡସେନା,ପ୍ରଶାନ୍ତ ସେନାପତି ଓ ସଂଗଠନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

%d bloggers like this: