ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୧୩/୦୧): ବୈପାରୀଗୁଡା ଥାନା ଅନ୍ତର୍ଗତ ଟାପlଯୋଡି ଛକରେ ଆଜି ଅପରାହ୍ନ ଚାରିଟା ବେଳେ ଅଟ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି l
ମୃତ୍ୟୁ ଯୁବକ ଜଣକ ବୈପାରୀଗୁଡା ବ୍ଲକ କୋଲାର ପଂଚାୟତ ବୋଦାଅଟଲ ଗ୍ରାମର ଚନ୍ଦ୍ର ଗୋଲାରୀଙ୍କ ୩୪ବର୍ଷୀୟ ପୁଅ ରାମସାଇ ଗଲାରୀ ବୋଲି ଜଣାପଡିଛି l ରାମସାଇ ଦଶମନ୍ତପୁର ସପ୍ତାହିକ ହାଟକୁ ଯାଇ ଯାତ୍ରୀବାହୀ ଅଟରେ ନିଜ ଘରକୁ ଫେରୁଥିବା ବେଳେ ଟାପଯୋଡ଼ି ଛକରେ ଅଟ ଭାର ସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ରାମସାଇ ଗୁରୁତର ହୋଇଥିବା ବେଳେ ଏହା ଜାଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଓ ପୁଲିସ କୁ ସୂଚନା ଦେଇଥିଲେ। ଉକ୍ତ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ରାମସାଇଙ୍କୁ ବୈପାରୀଗୁଡା ଚିକିତ୍ସା ଳୟ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆସନ୍ତା କାଲିକୁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି l

