ବିଜେଡିର ମିଶ୍ରଣ ପର୍ବ କୁ ନିନ୍ଦା କଲେ ବୈପାରୀଗୁଡା ବ୍ଲକ କଂଗ୍ରେସ ସଭାପତି

0
237

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା,(୨୫/୦୮) : କଂଗ୍ରେସ କର୍ମୀଙ୍କୁ ବିଜେଡି ଦଳରେ ମିଶାଇବା ଘଟଣାକୁ ଖଣ୍ଡନ କରିଛନ୍ତି ବୈପାରୀଗୁଡା ବ୍ଲକ କଂଗ୍ରେସ ସଭାପତି ଗୌର ଚନ୍ଦ୍ର ପାତ୍ର l ସ୍ଥାନୀୟ କଂଗ୍ରେସ ଭବନ ଠାରେ କଂଗ୍ରେସ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ସଭାପତି ଏହିପରି ସୂଚନା ଦେଇଥିବା ବେଳେ ବିଜେଡିର ମିଶ୍ରଣ ପର୍ବ କୁ ନିନ୍ଦା କରିଛନ୍ତି l

ଗତ ସୋମବାର ଦିନ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର କଂଗ୍ରେସ କର୍ମୀ ରତ୍ନାକର କୁମୁଡା ବିଭିନ୍ନ ଦାବୀ ନେଇ କୋରାପୁଟ ଯାଇଥିବା ବେଳେ ତାଙ୍କୁ କୋରାପୁଟ ଠାରେ ଆୟାଜିତ ବିଜେଡିର ମିଶ୍ରଣ ପର୍ବ ରେ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ,ବିଧାୟକ ଋଘୁରମ ପୋଡlଲ ଙ୍କ ଉପସ୍ଥିତରେ ଅନିଚ୍ଛା ସ୍ୱେତ୍ୱେ ସାମିଲ କରାଯାଇଛି ବୋଲି ରତ୍ନାକର ପ୍ରକାଶ କରିଛନ୍ତି l

ସେହିପରି ବ୍ଲକ ସଭାପତି ଗୌର ଚନ୍ଦ୍ର ପତ୍ର ମଧ୍ୟ ବିଜେଡିକୁ ଟାର୍ଗେଟ କରି ଏହିପରି କାର୍ଯ୍ୟକୁ ନିନ୍ଦିତ କରିଛନ୍ତି l