ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୩/୦୧): ନବରଙ୍ଗପୁର ସ୍ଥିତ ମିଶନଶକ୍ତି ସଭାଗୃହ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଉପ ଜିଲ୍ଲାପାଳ ଭାସ୍କର ରୋଇତ , ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ ସମେତ ନବରଙ୍ଗପୁର ଜିଲ୍ଲାର ୧୦ଗୋଟି ତହସିଲର ତହସିଲଦାର ଏବଂ ଅନ୍ୟାନ୍ୟ କର୍ମୀ ଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଆସନ୍ତା ୨୦୨୦/୨୧ ଫେବୃଆରୀ ଠାରୁ ମାର୍ଚ୍ଚ ମାସ ସୁଦ୍ଧା ଶତପ୍ରତିଶତ ରାଜସ୍ବ ଆଦାୟ କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେବାସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ରାଜସ୍ବ ଆଦାୟ କରିବାକୁ କହିଥିଲେ । ଅନ୍ ଲାଇନ୍ ଇ- ପାଉତି ମାଧ୍ୟମରେ ଶତ ପ୍ରତିଶତ ରାଜସ୍ୱ ଆଦାୟ କରିବା ପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: