ସାଧାରଣ ଜନତାଙ୍କ ସ୍ୱର

ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନରେ ଶିଶୁକନ୍ୟାର ମୃତ୍ୟୁ ପରେ ଡାକ୍ତରଙ୍କ ପରି ନର୍ସ କଲେ ପ୍ରସବ,ପ୍ରସୂତି ମହିଳାଙ୍କ ଚାଲିଗଲା ଅମୁଲ୍ୟ ଜୀବନ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୧୩-୦୧): ବଲାଙ୍ଗୀର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଏପରି କି ଜିଲ୍ଲା ରେ ମ୍ୟାଡିକାଲ କଲେଜ ଡାକ୍ତରଖାନା ସହ ସ୍ୱତନ୍ତ୍ର ଭାବେ ମା ଓ ଶିଶୁ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଜିଲ୍ଲାରେ ଏବେବି ସାଧାରଣ ସଠିକ ଚିକିତ୍ସା ଅଭାବରୁ ଅକାଳ ମୃତ୍ୟୁର ଶିକାର ହେଉଛନ୍ତି । ସରକାରୀ ଯୋଜନା ଅନୁଯାୟୀ ସବୁ ବ୍ୟବସ୍ଥା କରିଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ସେ ସବୁ କାଗଜପତ୍ର ରେ ସୀମିତ ରହିଯାଉଛି । ଆବଶ୍ୟକ ପଦ, ପଦବୀ ଖାଲି ପଡିରହିଥିବା ବେଳେ ସାଧାରଣ ଗରିବ ଖଟିଖିଆ ଏହି ସେବା ରୁ ବଞ୍ଚିତ ହୋଇ ଘରୋଇ କ୍ଲିନିକ ତଥା ଜମି,ବାଡ଼ି ବିକ୍ରି କରି ଧାର, କରଜ କରି ଦୂରଦୂରାନ୍ତରୁ କୁ ଯାଇ ସର୍ବହରା ହୋଇପଡୁଛନ୍ତି । ଅପର ପକ୍ଷରେ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଯାଇ ଉଚିତ ଚିକିତ୍ସା ଅଭାବରୁ ଘରୋଇ ଚିକିତ୍ସା ବା କ୍ଲିନିକ କୁ ଆସିବା କୁ ଅଧିକାରୀ କହିବା ଓ ଅନ୍ୟ ଉପାୟ ନ ପାଇ ଘରୋଇ ଚିକିତ୍ସା ର ଆଶ୍ରୟ ନେବା ଦେଖାଯାଉଛି ।

ଅର୍ଥଶୋଷଣ ମନୋଭାବ ଯୋଗୁଁ ବାରମ୍ବାର ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଅର୍ଥ ଆଦାୟ,ରୋଗୀ ଙ୍କୁ ଦୁର୍ବ୍ୟବହାର,କାର୍ଯ୍ୟରେ ନିୟୋଜିତ ନ ହୋଇ କାଗଜପତ୍ର ରେ କାର୍ଯ୍ୟକରିବା ଘଟଣା ନେଇ ବୁଦ୍ଧିଜୀବୀ ମହଲ ତଥା ସ୍ବେଚ୍ଛାସେବୀ ମହଲରେ ତୀଵ୍ର ଅସନ୍ତୋଷ ଦେଖା ଯାଉଛି । ଇତି ମଧ୍ୟରେ ଟିଟିଲାଗଡ ର ଡାକ୍ତର ଓ ଦୁର୍ଘଟଣା ରେ ଆହତ ଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା । ସେହି କ୍ରମରେ ଗତ ମଙ୍ଗଳବାର ନର୍ସ ବଦଳରେ ଜଣେ ମହିଳା ସୁଇପର ତୃଟି ପୂର୍ଣ୍ଣ ଇଞ୍ଜେକ୍ସନ ଦେବା ଓ ଶିଶୁ କନ୍ୟା ର ମୃତ୍ୟୁ ହେବା ପରି ଘଟଣା ଘଟିଛି ।

ସେହିପରି ତୁଷୁରା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟଣା ଘଟିଛି । ସୂଚନାନୁଯାୟୀ ଡାକ୍ତର ବଦଳରେ ନର୍ସଙ୍କ ଦ୍ୱାରା ପ୍ରସବ ପରେ ଛୁଆ ଜନ୍ମ ହେବା ଓ ପରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଛି । ଉକ୍ତ ନର୍ସଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପ୍ରକାଶ ଯେ ତୁଷୁରା ସହରର ରାମ ପଟ୍ଟନାୟକ ଙ୍କ ସ୍ତ୍ରୀ ସୁନିତା ପଟ୍ଟନାୟକ (୩୦)ଙ୍କୁ ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ପ୍ରସବ ବେଦନା ଯୋଗୁଁ ତାଙ୍କୁ ତୁଷୁରା ଡ଼ାକ୍ତରଖାନ କୁ ପରିବାର ଲୋକେ ନେଇ ଭର୍ତ୍ତି କରିଥିଲେ । ହେଲେ ଡ଼ାକ୍ତରଖାନା ରେ ଡ଼ାକ୍ତର ନ ଥିବାରୁ ସେଠି ଥିବା ନର୍ସ ମାନେ ଆମେ ସ୍ୱାଭାବିକ ଭାବେ ପ୍ରସବ କରେଇବୁ ଓ ଆମେ କରୁ କହିଥିଲେ । ଡାକ୍ତର କେବଳ ଔଷଧ ଲେଖନ୍ତି କହି ପ୍ରସବ କରେଇଥିଲେ । ଏହାପରେ ସକାଳ ପ୍ରାୟ ୧୨ଟା ରେ ସୁନୀତା ଏକ ଝିଅକୁ ଜନ୍ମ ଦେଇଥିଲେ । ଏହାର ଏକ ଘଣ୍ଟା ପରେ ସୁନୀତାଙ୍କୁ ପରିବାର ଲୋକ ଦେଖିବା ପାଇଁ ଭିତରକୁ ଯାଇଥିଲେ । ପରିବାର ଲୋକେ ଭିତରକୁ ଯାଇ ପ୍ରଚୁର ମାତ୍ରାରେ ରକ୍ତସ୍ରାବ ହେଉଥିବା ଦେଖିଥିଲେ । ଏହା ପରେ ନର୍ସ କହିଲେ ଯେ, ଅତ୍ୟଧିକ ରକ୍ତଶ୍ରାବ ହେଉଛି । ତେଣୁ ବଲାଙ୍ଗିର ନେଇଯାଆନ୍ତୁ । ଏହା କହିବାର ପ୍ରାୟ ୨ ଘଣ୍ଟା ପରେ ବଲାଙ୍ଗିର ସ୍ଥାନାନ୍ତର କରିଥିଲେ । କିଛି ଉପାୟ ନପାଇ ପରିବାର ଲୋକେ ତୁରନ୍ତ ବଲାଙ୍ଗିର ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ପହଂଚିବା ପରେ ଡ଼ାକ୍ତର କହିଥିଲେ ଯେ ପ୍ରଚୂର ପରିମାଣ ରେ ରକ୍ତଶ୍ରାବ ହୋଇଯାଇଛି ଏବେ ଆଉ କିଛି କରିହେବ ନାହିଁ, ଆମେ କିଛି କରି ପାରିବୁ ନାହିଁ । ଏହାର କିଛି ସମୟ ପରେ ସୁନୀତାଙ୍କ ମୃତ୍ୟୁ ହୋଇଥିଲା । ମୃତ ସୁନୀତାର ନବଜାତ କନ୍ୟା ସହ ଆଉ ଗୋଟିଏ ଝିଅ ରହିଛି । ରକ୍ତଶ୍ରାବ ହେଉଥିବା ଜାଣି ମଧ୍ୟ ୨ ଘଂଟା ବିଳମ୍ବରେ ବଲାଙ୍ଗିର ପଠାଇବା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ରାମ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଡ଼ାକ୍ତରଙ୍କ ବିନା ଉପସ୍ଥିତିରେ କିପରି ଜଣେ ପ୍ରସବ ମହିଳା ଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରି ଜଣେ ମହିଳାର ଜୀବନ ସହ ଖେଳ ଖେଳିଲେ ବୋଳି ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ସେହିପରି ପୁଅ ଜନ୍ମ ହେଲେ ପାଞ୍ଚଶହ ଓ ଝିଅ ଜନ୍ମ ହେଲେ ତିନି ଶହ ଓ ଅପରେସନ କଲେ ଦୁଇ ହଜାର ଟଙ୍କା ନେବା ଘଟଣା ଏହି ତୁଷୁରା ଡ଼ାକ୍ତରଖାନା ରେ ସବୁ ସମୟରେ ଚର୍ଚ୍ଚିତ ଥାଏ । ଏହି ମହିଳା ଙ୍କ ଠାରୁ ଟଙ୍କା ଲୋଭ ରେ ବିନା ଡାକ୍ତର ରେ ନର୍ସ ନିଜେ ଡାକ୍ତର ପାଲଟିବା ଯୋଗୁଁ ଏପରି ଅଭାବନୀୟ ଘଟଣା ଘଟିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ମଧ୍ୟ ରୋଗୀ ରେଜିଷ୍ଟରରେ ଏଣ୍ଟ୍ରି ନକରିବାର କାରଣ କ’ଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରସବ ସମୟରେ ସୁପ୍ରଭା ନାଗ, ସ୍ୱାଧୀନବାଳା ଦେଇ ଓ ବର୍ଷାରାଣୀ ଛତ୍ରିୟା ନର୍ସ ଦାୟିତ୍ୱରେ ଥିଲେ । ଏ ନେଇ ଡ଼ାକ୍ତରଖାନା ଦାୟିତ୍ୱରେ ଥିବା ଫାରମାସିଷ୍ଟ ଗୋପେଶ୍ୱର ସାହାଣୀ କହନ୍ତି ଯେ, ଏ ବିଷୟରେ ମୁଁ କିଛି ଜାଣି ନାହିଁ କି ନର୍ସମାନେ ମୋତେ ଜଣାଇ ନାହାନ୍ତି ଏବଂ ସେମାନେ ତାଙ୍କ ମର୍ଜିରେ କାର୍ୟ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ହେଲା ଡ଼ାକ୍ତର ଛୁଟିରେ ଥିବାବେଳେ କେବଳ ଜଣେ ଫାର୍ମାସିଷ୍ଟ ଭରସାରେ ତୁଷୁରା ଚିକିତ୍ସାଳୟ ଚାଲିବା ଘଟଣା ରୁ ସ୍ପଷ୍ଟ ଅନୁମେୟ ଯେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି । ଏ ନେଇ ଗୁଡ଼ଭେଲା ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.ସୁମୀତ ମେହେର କହନ୍ତି ଯେ, ମୁଁ ଘଟଣାର ତଦନ୍ତ କରୁଛି, ଯଦି ଘଟଣାଟି ସତ୍ୟ ହୋଇଛି ତେବେ ଦାୟୀତ୍ୱରେ ଥିବା ନର୍ସଙ୍କ ପ୍ରତି ଦୃଢ଼ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଅବହେଲା କରିଥିବା ନର୍ସମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଲୋକେ ଦାବୀ କରିଛନ୍ତି । ସରକାରୀ ଭାବେ କୋଟି, କୋଟି ଟଙ୍କା ସରକାର ବ୍ୟୟ ବରାଦ କରୁଥିବା ବେଳେ ସବୁ କାଗଜ କଲମରେ ସୀମିତ ରହିଛି । ଏପରି କି ଏହି କର୍ମଚାରୀ ନିଜ ମନଇଚ୍ଛା କାହାରିକୁ ଖାତିର ନ କରି ଖୋଲାଖୋଲି ଏହି ବେଆଇନ କାରବାରରେ ଲିପ୍ତ ରହିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ଉପଦେଷ୍ଟା ସତ୍ୟଜିତ ଷଡ଼ଙ୍ଗୀ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି । ଦୁଃଖର ବିଷୟ ଏହା ଯେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ନିଜେ ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ ଥାଇ ଏହି ଅଞ୍ଚଳରେ ଯଦି ଏପରି ଦାଇତ୍ୱହୀନ ବ୍ୟବସ୍ଥା ତେବେ ସାଧାରଣ ଗୁହାରି କରିବେ କାହାକୁ ?

Leave a Reply

Your email address will not be published. Required fields are marked *

%d bloggers like this: