ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା : ପଇଡ ବୋଝେଇ ଟ୍ରକ ଭିତରୁ ଗଞ୍ଜେଇ ଜବତ

0
278

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ,ନନ୍ଦପୁର,(୨୪/୦୮) : ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ ।

ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଲମତାପୁଟ ପୋଲିସ୍ ଏସ.ଡ଼ି.ପିଓ. ଙ୍କ ନେତୃତ୍ଵ ରେ ମାଛକୁଣ୍ଡ, ଲମତାପୁଟ ଏବଂ ଜଲାପୁଟ ର ୪ ଜଣିଆ ପୋଲିସ ଟିମ୍ ଗଠନ କରି କଞ୍ଚଣା ଗ୍ରାମ ନିକଟରେ ନାକା ବନ୍ଦୀ କରିଥିଲା ପୋଲିସ ।

ଖବର ମୁତାବକ ସଗର ଅଞ୍ଚଳରୁ ଏକ ଦୃତ ଗତି ରେ ଆସୁଥିବା ଟ୍ରକ କୁ ଅଟକାଇ ଥିଲା ପୋଲିସ୍ । ଟ୍ରକ ଡ଼ାଲାରେ ପଇଡ ବୋଝେଇ ଥିବା ଦେଖି ପୋଲିସ୍ କେବଳ ଗାଡ଼ି ଯାଞ୍ଚ କରି ଛାଡ଼ି ଦେଉଥିଲା । କିନ୍ତୁ ପୂର୍ବ ସୂଚନା ଅନୁଯାଇ ଗାଡ଼ି ନମ୍ବର ମେଳ ଖାଉଥିବାରୁ ଟ୍ରକ କୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ । ପଇଡ କୁ ବାହାର କରିବାରୁ ଏଥିରୁ ବିପୁଳ ପରିମାଣ ର ଗଂଜେଇ ଜବତ କରିଥିଲା । ଏବଂ ଗାଡ଼ିରେ ଥିବା ଦୁଇ ମାଫିଆ ଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ୍ ।

ଟ୍ରକ ଡାଲାରୁ ୨୮ଟି ବସ୍ତାରେ ପ୍ରାୟ ୭ କୁଇଁଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୭୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ଗିରଫ ଯୁବକ ମାନେ ହେଲେ ଗାଡିମାଲିକ ଗଜେନ୍ଦ୍ର ତିୱାରୀ ଏବଂ ହେଲ୍ପର ଶିବ ଶଙ୍କର ଚୌଧୁରୀ ଏମାନଙ୍କ ଘର ବିହାର ଅଞ୍ଚଳର ବୋଲି ଜଣା ପଡ଼ିଛି ।

ଭିଅ ୧- ଏସ୍ ଡି ପିଓ କହିଛନ୍ତି ଅଭିନଭ ଉପାୟ ରେ ଏହି ଗଞେଇ ସଗର ଅଞ୍ଚଳ ରୁ ବିହାର ଚୋରାଚାଲାଣ ବେଳେ ପୋଲିସ୍ ଧରିବାରେ ସକ୍ଷମ ହୋଇଥିବା ବେଳେ ଦୁଇ ମାଫିଆ ମଧ୍ୟ ଗିରଫ କରା ଯାଇଛି । ଏବଂ ସ୍ଥାନୀୟ ଯୁବକ ଙ୍କ ସମ୍ପ୍ରତି ଥିବା ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ।