ସାଧାରଣ ଜନତାଙ୍କ ସ୍ୱର

ରାଜରାସ୍ତାକୁ ଓଲ୍ଲାଇଲେ ଚାଷୀ, ବିଜୁ ଏକ୍ସପ୍ରେସ ୱେ ବନ୍ଦ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ବରଗଡ଼ (୧୩/୦୧):ବରଗଡ ଜିଲ୍ଲାର ମଣ୍ଡି ମାନଙ୍କ ସମସ୍ୟା କହିଲେ ନସରେ | ଚାଷୀ ଉପାର୍ଜିତ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ମଣ୍ଡିରେ କେବେଠାରୁ ପକାଇଥିଲେ ମଧ୍ୟ ଚାଷୀ ଙ୍କ ଧାନ ନ ଉଠି ବେପାରୀ ମାନଙ୍କ ଧାନ ଉଠୁଥିବା ନେଇ ବିଭିନ୍ନ ସ୍ଥାନ ରୁ ପ୍ରତିଦିନ କିଛିନା କିଛି ଖବର ଆମ ହସ୍ତଗତ ହେଉଛି |

ଚାଷୀ ଙ୍କ ଧାନ ଉଠି ପାରୁନି, ଧାନ ଗଦା କରି ରାସ୍ତା ରେ ବସିଲେ ଚାଷୀ ।ପଦ୍ମପୁର ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ର ଚାଷୀ ମାନଙ୍କ ନିର୍ଦ୍ଧାରିତ ସମୟ ରେ ଧାନ ନ ଉଠିବା, ଟୋକନ ଲେପ୍ସ ହେବା ଅଭିଯୋଗ ରେ ଚାଷୀ ମାନେ ଆଜି ସକାଳୁ ରାସ୍ତାକୁ ଓଲ୍ଲାଇବା ସହ ପଦ୍ମପୁର ପାଇକମାଲ ରାସ୍ତା କୁ ବରିକେଲ ଠାରେ ଅବରୋଧ କରିଛନ୍ତି।ଖବର ପାଇ ପଦ୍ମପୁର ପୋଲିସ ଓ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରୁଛନ୍ତି l

Leave a Reply

Your email address will not be published. Required fields are marked *

%d bloggers like this: