ସାଧାରଣ ଜନତାଙ୍କ ସ୍ୱର

ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କୃଷି ଆଇନକୁ ବାତିଲ ପାଇଁ ତୀଵ୍ର ଆନ୍ଦୋଳନ ଧମକ

ରିପୋର୍ଟ: ସନ୍ତୋଷ ନାୟକ //
ନୁଆଦିଲ୍ଲୀ,ତା୧୩-୦୧): ତିନୋଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେବ ଦିଲ୍ଲୀ ସୀମାରେ ବିକ୍ଷୋଭ ଜାରି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଚାଷୀଙ୍କ ପକ୍ଷ ବୁଝିବା ପାଇଁ ଚାରି ଜଣିଆ କମିଟି ଗଠନ କରିଥିଲେ । ହେଲେ ଚାଷୀ ମାନେ ତା’କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ ଖୋଲାଖୋଲା ଭାବରେ କହିଦେଇଛନ୍ତି ଯେ, କୌଣସି କମିଟି ଆଗକୁ ସେମାନେ ଯିବେ ନାହିଁ । ସେପଟେ ଆଇନ ସମ୍ପର୍କରେ ଚାଷୀ ମାନେ କୋର୍ଟକୁ ଯାଇନଥିଲେ ବୋଲିପ କହିଛନ୍ତି । ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । କିନ୍ତୁ କମିଟି ଗଠନକୁ ବିରୋଧ କରୁଛନ୍ତି ବୋଲି ସଷ୍ଟ କରିଛନ୍ତି । ଏଥିସହିତ ଜାନୁୟାରୀ ୧୫ରେ ଆଲୋଚନାରେ ସାମିଲ ହେବା କଥା ମଧ୍ୟ କହିଛନ୍ତି ଚାଷୀ ନେତା ମାନେ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କୃଷକ ନେତା ତଥା ୟୁନାଇଟେଡ୍ କିସାନ୍ ମୋର୍ଚା, ବଲବୀର ସିଂ ରାଜୱାଲ, ଡକ୍ଟର ଦର୍ଶନ ପାଲ, ଜଗମୋହନ ସିଂ, ଜଗଜିତ ସିଂ ଦଲ୍ଲେୱାଲ, ପ୍ରେମ ସିଂ ଭଙ୍ଗୁ, ରାମିନ୍ଦର ପାଟିଆଲ ଇତ୍ୟାଦି କୁଣ୍ଡଳୀ ସୀମାରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । କୃଷକ ନେତାମାନେ କହିଛନ୍ତି ଯେ କୃଷି ଆଇନ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ଅନ୍ତର୍ଭୁକ୍ତ ହୋଇଥିବା ଚାରୋଟି ନାମ, ସେମାନେ ଆଗରୁ ହିଁ ଏହି ଆଇନ ଗୁଡିକୁ ସମର୍ଥନ କରି ଆସୁଥିଲେ । ଆଇନକୁ ସମର୍ଥନ କରି ସେମାନଙ୍କର ବିଭିନ୍ନ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି । କେବଳ ଏତିକି ନୁହେଁ, କୃଷକମାନେ ମଧ୍ୟ ସୁପ୍ରିମକୋର୍ଟ ଯାଇ ନାହାଁନ୍ତି କିମ୍ବା କୌଣସି କମିଟି ପ୍ରସ୍ତାବ ଦେଇ ନାହାଁନ୍ତି । କେବଳ ଏହି ପ୍ରସଙ୍କକୁ ବୁଲେଇବା ପାଇଁ ଏହି ଚାରିଜଣିଆ କମିଟି ଗଠନ କରାଯାଇଛି । ସଂସଦ ଏବଂ ବିଜେପି ସରକାର ଏହି ତିନୋଟି ଆଇନ ପ୍ରଣୟନ କରିଛନ୍ତି । ତେଣୁ ଆମ ଲଢେ଼ଇ ସରକାରଙ୍କ ସହ । ଆମର ଦାବି ଏହି ଆଇନକୁ ପ୍ରତ୍ୟାହାର କରିବା, କୌଣସି କମିଟିରେ ଯାଇ ବିତର୍କ କରିବା ନୁହେଁ ବୋଲି ସିଧାସଳଖ କହିଛନ୍ତି ଚାଷୀ ନେତା ମାନେ ।

ଏହି ଚାଷୀ ବିରୋଧୀ ଆଇନ ରଦ୍ଧ ନ ହେବା ପର୍ଯ୍ୟନ୍ତ ମେସାନଙ୍କ ଆନ୍ଦୋଳନ ଏହିପରି ଭାବରେ ଜାରି ରହିବ । ବରଂ ଆଗକୁ ଆହୁରି ତିବ୍ର ହେବ ବୋଳି ସେମାନେ କହିଛନ୍ତି । ସମ୍ପ୍ରତି ଦିଲ୍ଲୀର ୫ଟି ସୀମା ବନ୍ଦ ହୋଇଥିବା ବେଳେ, ଆଗକୁ ୧୦ ଟି ସୀମା ବନ୍ଦ ହେବ ଏବଂ ମସଗ୍ର ଦେଶରେ ଏହି ଆନ୍ଦୋଳନ ବିସ୍ତାର ହେବ । ତେବେ କୃଷକ ନେତା ରାଜୱାଲ କହିଛନ୍ତି ଯେ, ଆସନ୍ତା ୧୫ ତାରିଖରେ ହେବାକୁ ଯାଉଥିବା ବୈଠକ ପରେ ଯଦି କିଛି ନିଷ୍କର୍ସ ନ ବାହାରେ ତେବେ ଆମେ ଟ୍ରାକ୍ଟର ପଦଯାତ୍ରା ଗଠନ କରିବୁ । ବର୍ତ୍ତମାନ ଯେଉଁ କୁହାଯାଉଛି ଯେ, ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ପଦଯାତ୍ରା ବିଷୟରେ ଭୁଲ ପ୍ରଚାର କରାଯାଉଛି । ଚାଷୀ ନେତା କହିଛନ୍ତି ଯେ, ଆସ୍ତା ୨୬ ତାରିଖ ରେ ଆମେ ଲାଲକିଲ୍ଲା ପରିଦର୍ଶନ କରିବ ନାହିଁ କି କୌଣସି ଚାଷୀ ସଂସଦ ଯିବାକୁ ଚେଷ୍ଟା କରିବେ ନାହିଁ । ତେବେ ଏହା ସତ ଯେ, ୧୫ ର ଆଲୋଚନା ପରେ ଟ୍ରାକ୍ଟର ପଦଯାତ୍ରା କରିବୁ । ଆଉ ଏହା ଶାନ୍ତିପୁର୍ଣ୍ଣ ଭାବେ ହେବ ।

Leave a Reply

Your email address will not be published. Required fields are marked *

%d bloggers like this: