ସାଧାରଣ ଜନତାଙ୍କ ସ୍ୱର

ପ୍ୟାରୀଙ୍କ ଠୁ ବି ଅଧିକ କ୍ଷମତାର ଅଧିକାରୀ ବବି; ୨୦୧୨ ଘଟଣାର ପୁନରାବୃତ୍ତି ସମ୍ବବ କି ?

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୩-୦୧): ଦଳ ଆରମ୍ଭ ହେବା ଦିନ ଠୁ ଆଜି ପର୍ଯ୍ୟନ୍ତ ନବୀନଙ୍କ ବ୍ୟତୀତ ଦଳରେ କେହି ନା କେହି ନିଜର ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି । ନିଜର ସଙ୍ଗଠନ ତଥା ନବୀନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ନେତା ଏହି ତାଲିକାରେ ଅଛନ୍ତିି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଅଧିକ ସମୟ ଧରି ଏହି କ୍ଷମତାରେ ରହିପାରିନାହାନ୍ତି । ୨୦୦୦ ମସିହାରୁ ବିଜୁ ଜନତା ଦଳ(ବିଜେଡି) ଅପ୍ରତିଦ୍ୱନ୍ଦୀ ଦଳ ଭାବେ ଓଡ଼ିଶାରେ ଶାସନ କରୁଛି । ଦଳର ପ୍ରତିଷ୍ଠାତା ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ତଥା ରାଜ୍ୟର ସବୁ ନିଷ୍ପତ୍ତି ନିଆଯାଇଥାଏ । ହେଲେ ଦଳ ଆରମ୍ଭ ହେବା ଦିନ ଠୁ ଆଜି ପର୍ଯ୍ୟନ୍ତ ନବୀନଙ୍କ ବ୍ୟତୀତ ଦଳରେ କେହି ନା କେହି ନିଜର ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି । ନିଜର ସଙ୍ଗଠନ ତଥା ନବୀନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ନେତା ଏହି ତାଲିକାରେ ଅଛନ୍ତିି । ବିଜୟ ମହାପାତ୍ରଙ୍କ ଠୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସଙ୍କ ପର୍ଯ୍ୟନ୍ତ ଦଳରେ ଏପରି ବହୁ କ୍ଷମତାଶୀଳ ବ୍ୟକ୍ତି ଆସିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଅଧିକ ସମୟ ଧରି ଏହି କ୍ଷମତାରେ ରହିପାରିନାହାନ୍ତି । ବରିଷ୍ଠ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ରଙ୍କ ଭୂମିକା ଏମାନଙ୍କ ମଧ୍ୟରୁ ସର୍ବାଧିକ । କ୍ଷମତା ଲୋଭରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୨ରେ ତାଙ୍କୁ ଦଳରୁ ବହିସ୍କୃତ କରିଥିଲେ ନବୀନ ପଟ୍ଟନାୟକ । ବିଜେଡିରେ ଏବେ ପ୍ୟାରୀଙ୍କ ଠୁ ବି ଅଧିକ କ୍ଷମତାର ଅଧିକାରୀ ଅଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି । ବିଜେଡିରେ ବବିଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହେଉନାହିଁ ବୋଲି ଦଳର କର୍ମୀମାନେ ମତ ପ୍ରକାଶ କରିଛନ୍ତି । ତେବେ ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ପ୍ୟାରୀଙ୍କ ଭଳି ବବି ପାୱାର ପାଇଁ ସେଭଳି କିଛି କରିବେନି ତ ?

ବିଜେଡି ଦଳ ଗଠନ ସମୟରେ ରାଜ୍ୟର ବରିଷ୍ଠ ନେତା ତଥା ବିଜୁ ପଟ୍ଟନାୟକଙ୍କ ସହ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଦଳରେ ପ୍ରମୁଖ ଭୂମିକା ନିଭାଉଥିଲେ । ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଠୁ ଆରମ୍ଭ କରି ବଡ ବଡ ନିଷ୍ପତ୍ତିରେ ମଧ୍ୟ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ହେଲେ ଶେଷରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବିଦା ହେବାକୁ ପଡିଥିଲା । ଏହା ପରେ ବିଜୁ ପଟ୍ଟନାୟକଙ୍କ ପ୍ରନସିପାଲ ସେକ୍ରେଟେରୀ ପ୍ୟାରୀ ମୋହନ ମହାପାତ୍ର ବିଜେଡିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ । କୁହାଯାଉଛି କୁଆଡେ ତାଙ୍କ ପାଇଁ ବିଜେଡି ୨୦୦୪ ଏବଂ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ବହୁମତ ହାସଲ କରିଥିଲା । ଏକଦା ନବୀନ ପଟ୍ଟନାୟକଙ୍କ ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ପ୍ୟାରୀଙ୍କ ବିନା ଅନୁମତିରେ ଦଳରେ ପତ୍ରଟିଏ ମଧ୍ୟ ହଲୁ ନ ଥିଲା । ନବୀନ ମଧ୍ୟ ପ୍ୟାରୀଙ୍କ ଉପରେ ଖୁବ୍ ବିଶ୍ୱାସ ରଖିଥିଲେ । ହେଲେ ୨୦୧୨ ଜୁନରେ ନବୀନ ପଟ୍ଟନାୟକ ଯେତେବେଳେ ଲଣ୍ଡନରେ ଥିଲେ ପ୍ୟାରୀ ମହାପାତ୍ରଙ୍କ ତାଙ୍କର କିଛି ସହଯୋଗୀଙ୍କୁ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ଆସିଥିଲା । ଏହି ଅଭିଯୋଗରେ ତାଙ୍କୁ ମଧ୍ୟ ଦଳରୁ ବହିସ୍କାର ହେବାକୁ ପଡିଥିଲା।
ପ୍ୟାରୀଙ୍କ ଏଭଳି ପ୍ରୟାସ ପରେ ଦଳର କୌଣସି ନେତାଙ୍କ ପ୍ରତି ନବୀନ ବିଶ୍ୱାସ କରିପାରୁ ନ ଥିଲେ । ୨୦୧୨ ପୂର୍ବରୁ ଦଳରେ ସେତେଟା ଆକ୍ଟିଭ ନ ଥିବା ନବୀନ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ୨୦୧୪ ନିର୍ବାଚନରେ ବିଜେଡି ରେକଡ ସଂଖ୍ୟକ ବହୁମତ ସହ ସରକାର ଗଠନ କରିଥିଲା । ସେବେଠୁ ଦଳର ନେତାଙ୍କର ମଧ୍ୟ ବିଶ୍ୱାସ ଆସି ଯାଇଥିଲା ଓଡ଼ିଶାର ଜନସାଧାରଣ କେବଳ ନବୀନଙ୍କୁ ହିଁ ବିଶ୍ୱାସ କରୁଛନ୍ତି । ୨୦୧୨ ଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଚର୍ଚ୍ଚାକୁ ଆସିଥିଲେ । ଜଣେ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ଭୁମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ନ ଥିଲା ବିଜେଡିରେ ତାଙ୍କର ଭୂମିକା ତା ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ରାଜନୈତିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏବେ ପାଣ୍ଡିଆନ ଏବଂ ବିବି ଦଳର ତଥା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଭାବେ ରାଜନୈତିକ କ୍ଷେତ୍ରରେ ପାଣ୍ଡିଆନ ସେତେଟା ଆଗକୁ ଆସୁ ନ ଥିଲେ ମଧ୍ୟ ଦଳରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏପରି ସ୍ଥଳେ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ ପ୍ରଣବ ପ୍ରକାଶ ଦାସ ଦଳର ସବୁ କିଛି କାର୍ଯ୍ୟ ତୁଲାଉଛନ୍ତି ।
ସାଙ୍ଗଠନିକ ସମ୍ପାଦକ ହେବା ପରେ ଦଳରେ ବବିଙ୍କ ଭୂମିକା ପ୍ୟାରିଙ୍କ ଠୁ ବି ଅଧିକ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ବୟସ ବଢିବା ସାଙ୍ଗକୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି । ତେଣୁ ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ବବିଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ଦଳର ନେତାମାନେ ବବିଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ବବି ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ତୁଲାଇବା ପାଇଁ । ବିଜେଡି ନେତାମାନେ ଏବେ ବବିଙ୍କ ପରାମର୍ଶରେ ପ୍ରରୋଚନାରେ କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳୁଛି । ଦଳର ମନ୍ତ୍ରୀମାନଙ୍କ ପାଖରୁ ଯେତିକି ଅଭିଯୋଗ ନ ଆସୁଛି ବବିଙ୍କ ପାଖକୁ ଅଧିକ ଆସୁଛି । ଏଥିପାଇଁ ନିକଟରେ ବବି ନିଜର ମୋବାଇଲ ନମ୍ବର ପରିବର୍ତ୍ତନ କରିଥିଲେ । କିନ୍ତୁ ଦଳର ବହୁ ବରିଷ୍ଠ ନେତା ଅଛନ୍ତି ବବିଙ୍କୁ ଆନ୍ତରିକତାର ସହ ଭଲ ପାଉ ନାହାନ୍ତି କିନ୍ତୁ ପାୱାର ଦୃଷ୍ଟିରୁ ତାଙ୍କ ସହ ଜଡିତ ଅଛନ୍ତି । ନବୀନ ପଟ୍ଟନାକୟ ଏବଂ ଦଳର ନେତାଙ୍କ ମଧ୍ୟରେ ବବି ମଝିରେ ଅଛନ୍ତି । ଦଳର ଗୋଷ୍ଠୀ କନ୍ଦଳ ଠୁ ଆରମ୍ଭ କରି ରାଲି, ସଭା ସବୁକିଛି ବବିଙ୍କ ନେତୃତ୍ୱରେ ହେଉଛି । ବିଜେଡିର ପ୍ରତିଷ୍ଠା ଦିବସରେ ସମସ୍ତ କାର୍ଯ୍ୟକ୍ରମ ବବିଙ୍କ ନେତୃତ୍ୱରେ ର୍ହି ପରିଚାଳିତ ହୋଇଥିଲା । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପାଇଁ ବବି ଗତକାଲି କଳାହାଣ୍ଡି ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।
ସବୁଠୁ ବଡ କଥା ହେଉଛି ନବୀନ କଣ ପାଇଁ ବବିଙ୍କ ଉପରେ ଏତେ ବିଶ୍ୱାସ କରିବା ସହ ଦଳର ଏଭଳି ଏକ ଗୁୂରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଦେଇଛନ୍ତି । ଯାହା ପୂର୍ବରୁ ବିଜେଡିର କୌଣସି ନେତାଙ୍କୁ ମିଳି ନ ଥିଲା । ବବି ମଧ୍ୟ ଦଳର କର୍ମୀଙ୍କୁ ତାଙ୍କ ପ୍ରତି ଅବା ନବୀନଙ୍କ ପ୍ରତି ଆନୁଗତ୍ୟ ନ ଦେଖାଇ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ପ୍ୟାରୀ ଯେପରି କଲେ ବବି ସେପରି କରିବେନି ତ । କାରଣ ଏବେ ବିଜେଡିର ପ୍ରାୟ ସବୁ ନେତା ବବିଙ୍କ ସହ ସିଧାସଳଖ ଯୋଡି ହୋଇ ରହୁଛନ୍ତି । ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦିଓ ବବି ଦଳ ବିରୋଧୀ କାର୍ଯ୍ୟ କରି ପାୱାର ହାତେଇବା ଲକ୍ଷରେ ନାହାନ୍ତି କିନ୍ତୁ ଦଳରେ ରହି ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା ଚଳାଇଛନ୍ତି । ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶ ମାନି କାର୍ଯ୍ୟ କରିବାକୁ ସମସ୍ତ କର୍ମୀଙ୍କୁ ସେ ପରାମର୍ଶ ଦେଉଥିବା ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି । ବବି ପ୍ୟାରୀଙ୍କ ଭଳି କରିବାକୁ ଇଛା କରିବେନି ବୋଲି ମଧ୍ୟ କିଛି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତାଙ୍କର ଯୁକ୍ତି ଅନୁସାରେ ନବୀନଙ୍କ ପରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ଏବେବି କିଛି ସ୍ପଷ୍ଟ ହୋଇନାହିଁ । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରୁ କେହି ରାଜନୀତିକୁ ଆସିବାକୁ ଚାହୁଁ ନାହାନ୍ତି ଦଳ ଭିତରୁ ବବି ହିଁ ଏକମାତ୍ର ଚେହେରା ଭାବେ ଦଳର ମଙ୍ଗ ଧରିବେ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

%d bloggers like this: