ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୧୨/୦୧): ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ବାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ପାଳନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ କଳିଙ୍ଗ ମହାବିଦ୍ୟାଳୟ ,ଜି.ଉଦୟଗିରିର ଅଧ୍ୟକ୍ଷ ସିତାଷ୍ଣୁ ଶେଖର ମେହେର ଯୋଗଦେଇ ଦ୍ୱୀପ ପ୍ରଜ୍ୱଳନ କରିଥିଲେ।
ପରେ ଶିକ୍ଷାକେନ୍ଦ୍ରର ସମ୍ପାଦକ ଅରୁଣ କୁମାର ଷଡ଼ଙ୍ଗୀ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଉଦବୋଧନ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଶେଷରେ ଦଶମ ପରୀକ୍ଷାରେ ଭଲ ନମ୍ବର ରଖିଥିବା ଦୀପ୍ତିରାଣି ସାହୁ ଓ ବିଶ୍ୱଜିତ ସାହୁଙ୍କୁ ପୁରସ୍କାର ରାଶି ଭାବେ ୨୦୦୦/– (ଦୁଇ ହଜାର) ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।ଶେଷରେ ପ୍ରଧାନ ଆଚାର୍ଯ୍ୟା ଅନିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍ମୃତି ରଞ୍ଜନ ବେହେରା, ସରିତା ସାହୁ, ସୁକନ୍ୟା ନାୟକ, ମୋନିକା ନାୟକ,ଗୀତାଞ୍ଜଳି ଚୌଧୁରୀ, ବସ୍ଟି ନାୟକ,ସୁଭଶ୍ରୀ ଚୌଧୁରୀ, ପାର୍ବତୀ ପାଳ,ସୁନେନା ନାୟକ,ସ୍ନେହ ଲତା ନାୟକ,ଦୀପିକା ପଟନାୟକ,ବନ୍ଦିତା ସାହୁ, ରାଜଳଷ୍ମୀ ପାଣିଗ୍ରାହୀ,ବର୍ଷା ରାଣୀ ପଣ୍ଡା, ଇପିସିତା ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

