ସୋରଡା ଅଞ୍ଚଳରେ ଅବକାରୀ ବିଭାଗ ର ଧରପଗଡ଼ : ବିଦେଶୀ ମଦ ଜବତ ସହ ଜଣେ ଗିରଫ

0
171

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,(୨୩/୦୮) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲ।ଙ୍ଗେ ଓ ଅବକାରୀ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସୋରଡ଼ା ଅଞ୍ଚଳରେ ସୋରଡା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉକରି ବିପୁଳ ପରିମାଣର ବେଦେଶୀ ମଦ, ସ୍ପିରିଟ, ଖାଲି ମଦ ବୋତଲ ସହିତ ବିଭିର୍ଣ୍ଣ କମ୍ପାନୀର ମଦ ର ଲେବେଲ ଜବତ କରିଛନ୍ତି ।

ଜଣେ ଗିରଫ ହୋଇଛନ୍ତି । ଗିରଫ ଜଣକ ହେଲେ ବଡଗଡ଼ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ରାଧାମୋହନ ସାହୁ । ଆଜି ଅଚାନକ ସୋରଡା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ହରୁପୁର ଗ୍ରାମ ଜଣଙ୍କ ସହିତ ୧୭୨.୮୦୦ ଲିଟର ବିଦେଶୀ ମଦ ଜବତ କରିବା ସହ ୧୫୬ ଲିଟର ବିଅର , ସ୍ପିରିଟ ୧୯ ଲିଟର, ବିଭିନ୍ନ କମ୍ପାନୀର ଲେବେଲ ୨୦୦ ଟି ଅବକାରୀ ବିଭାଗ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି ।

ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବଡ଼ଗଡ଼ ଅଞ୍ଚଳର ହରିପୁର ଗ୍ରାମରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ବ୍ରହ୍ମପୁର ଡେପୁଟି କମିଶନର ଏବଂ ତାଙ୍କ କର୍ମଚାରୀ ସମେତ ଆସ୍କା ଅବକାରୀ ବିଭାଗ IIC ଧୀରେନ ବେହେରା,ଡେପୁଟି ସୁପେରିଟେଣ୍ଡେଣ୍ଟ ଓ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ ।