Thursday, March 28, 2024

Top 5 This Week

Related Posts

ସ୍ବେଚ୍ଛାସେବୀ ସଂସ୍ଥା ଲୋକ ବିକାଶ ମଞ୍ଚ ପକ୍ଷରୁ ମାେ ଚାଟଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ,ତା(୨୨/୦୮/୨୧) : ସ୍ବେଚ୍ଛାସେବୀ ସଂସ୍ଥା ଲୋକ ବିକାଶ ମଞ୍ଚ ପକ୍ଷରୁ ମୋ ଚାଟଶାଳୀ କାର୍ଯ୍ୟକ୍ରମ ଲମତାପୁଟ ବ୍ଲକ ଗୁନେଈପଡା ପଞ୍ଚାୟତର ଖଜୁରିପୁଟ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ବରେ କୋରନା ମହାମାରୀ ଯୋଗୁଁ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯିବା କାରଣରୁ ଗ୍ରାମାଞ୍ଚଳ ମାନଙ୍କରେ ଛୋଟ ଛୋଟ ପିଲା ମାନଙ୍କ ପାଠ ପଢାରେ ଏକ ପ୍ରକାର ଡୋରି ବନ୍ଧା ହୋଇଯାଇଛି ।1a7005c7 ad71 4851 ae72 2e6c9b11fa7f ସ୍ବେଚ୍ଛାସେବୀ ସଂସ୍ଥା ଲୋକ ବିକାଶ ମଞ୍ଚ ପକ୍ଷରୁ ମାେ ଚାଟଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କିଏ ତ ଖେଳ କୁଦରେ ବ୍ୟସ୍ତ ତ କିଏ ଗାଈ ଚରେଇବା ସହ ଘର ଓ ଅନ୍ୟାନ୍ୟ କାମ କରିବାରେ ବ୍ୟସ୍ତ । ଏହିଭଳି ସମୟରେ ଲମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ଲୋକ ବିକାଶ ମଞ୍ଚ ପକ୍ଷରୁ ବ୍ଲକର ୧୪ ଟି ପଞ୍ଚାୟତର ୧୬୦ ଗ୍ରାମରେ ମାେ ଚାଟ ଶାଳୀ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଦୁଇ ଘଣ୍ଟା ଲେଖାଏଁ ମାଗଣାରେ ଶିକ୍ଷା ଦାନ କରାଯିବ । ଏଥିପାଇଁ ଗ୍ରାମର ଜଣେ ଶିକ୍ଷିତ ଯୁବକକୁ ଅନୁଷ୍ଠାନ ପକ୍ଷରୁ ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ନିଯୁକ୍ତି କରାଯାଉଛି । ଯୁବକ ଜଣକ ପାଠ ପଢେଇବା ପାଇଁ କୌଣସି ପାରିଶ୍ରମିକ ବାବଦକୁ ଅର୍ଥ ରାଶି ଗ୍ରହଣ କରିବେ ନାହିଁ ।

ଏହାଦ୍ବାରା ପିଲା ମାନଙ୍କ ପାଠ ପଢାରେ କିଛି ମାତ୍ରାରେ ସାହାଯ୍ୟ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ସହିତ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ୫ ଲକ୍ଷ ପିଲା ସହ ବ୍ଲକରେ ୨୫ ହଜାର ପିଲା ମାନଙ୍କୁ ପାଠ ପଢ଼େଇବା ଲକ୍ଷରେ ଏହି ମିଶନ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ଅନୁଷ୍ଠାନ ମୁଖ୍ୟ ଯୋଗେଶ ଖେମୁଣ୍ଡୁ,ସୁନାଧର ଖେମୂଣ୍ଡୁ,ସନ୍ତାଷ୍ କୁମାର ପ୍ରଧାନ,ସହ ଗ୍ରାମ୍ୟ କମିଟିର ସଭାପତି ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles