କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବିଭିନ୍ନ ଦାବି ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

0
325

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା(୨୨/୦୮): କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗତ ୨୦ ତାରିଖରେ ରାୟଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଦାବି ଜଣାଇଛନ୍ତି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା l

ସ୍ଥାନୀୟ ସର୍କିଟ ହାଉସ ଠାରେ ଭୋରୁ ସକାଳ ଯାଇ ଜିଲ୍ଲାର ବରିଷ୍ଠ ଅଫହିକରି ମାନେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ସାକ୍ଷ୍ୟାତ କରି ଏହି ସବୁ ଦାବି ଜଣାଇଥିଲେ l ମୁଖ୍ୟତଃ ଜିଲାରେ ଏକ ତୃତୀୟଂଶ ଅଂଚଳରେ ମୋବାଇଲ ଟାୱାର ସ୍ଥାପନ ହୋଇନଥିବାରୁ ଜିଲ୍ଲାର ଦୁର୍ଗମ ଇଲାକାର କୋକମାନେ ସୁବିଧା ପାଇପାରୁନଥିବା ଦର୍ଶାଇଥିଲେ ଓ ଏହି ସବୁ ଅଂଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ l ସେହିପରି ମା ମଝିଘରିଆଣି ମନ୍ଦିର ଜମି ପ୍ରତିବଦଳ ଶୀଘ୍ର କରିବାକୁ ଅନୁରୋଧ କରିଥିଲେ l

ଥେରୁବାଲି-ଗୁଣପୁର ରେଳ ସଂଯୋଗ କାର୍ଯ୍ୟ ତୁରାନ୍ୱିତ କରିବାକୁ ଦାବି ଉପସ୍ଥାପନା କରିଥିଲେ l ସେହିପରି ରାୟଗଡ ଠାରେ ପ୍ରସ୍ତାବିତ ରେଳ ଡିଭିଜନ ପ୍ରତିଷ୍ଠା କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ l ମୋବାଇଲ ଟାୱାର ପ୍ରତିଷ୍ଠା ଓ ରେଳ ଡିଭିଜନ କାମ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଟେଲିଫନ ଜିଏମ ଏବଂ ରେଳ ଡିଭିଜନ ଡ଼ିଆରଏମ ଓ ଜିଲ୍ଲାପାଳ ସହିତ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ l