ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅସହାୟ ଙ୍କୁ ଛତା ଓ ଜୋତା ବଣ୍ଟନ

0
269

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ହରଭଙ୍ଗା, (୨୨/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ର ବିଶିଷ୍ଠ ବ୍ୟବସାୟୀ ତଥା ସମାଜ ସେବୀ ରାଧେଶ୍ୟାମ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ସରସ୍ୱତୀ ଦେବୀ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ପୁରୁଣା କଟକ ଓ ଆଖପାଖ ଅଂଚଳ ର ଶତାଧିକ ବୃଦ୍ଧ ବୃଦ୍ଧା ଓ ଅସହାୟ ମାନଙ୍କୁ ଛତା ଜୋତା ଆଦି ବଣ୍ଟନ କରିଛନ୍ତି |WhatsApp Image 2021 08 22 at 10.36.12 AM ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅସହାୟ ଙ୍କୁ ଛତା ଓ ଜୋତା ବଣ୍ଟନ

ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସର ରେ ଅସହାୟ ଙ୍କୁ ଛତା ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ରେ ସମାଜ ସେବୀ ଗିରିଜା ଶଙ୍କର ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ବର୍ଷ ସାରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଓ ଆଖପାଖ ଅଂଚଳ ରେ ଏହି ଭଳି ଜନ ମଙ୍ଗଳ କାମ କରୁଥିବା ରାଧେଶ୍ୟାମ ବାବୁ ଓ ତାଙ୍କର ଧର୍ମପତ୍ନୀ ଙ୍କୁ ବିଭିର୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି |