ସାଧାରଣ ଜନତାଙ୍କ ସ୍ୱର

ତିନି କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ କରୋନା ଟୀକା

ରିପୋର୍ଟ: ସନ୍ତୋଷ ନାୟକ //
ନୂଆଦିଲ୍ଲୀ/ଭୁବନେଶ୍ୱର, ତା୧୧-୦୧): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାର ପ୍ରଥମେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟୀକା ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ପ୍ରଥମେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ କରୋନାର ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ପରିମଳ ବ୍ୟବସ୍ଥା ସହ ଜଡ଼ିତ ୩ କୋଟି ଲୋକଙ୍କୁ ଟିକା ବାଣ୍ଟିବେ । ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ହେବ । ଆଜି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।

ଆଜି କରୋନା ଟିକାକରଣ ସମ୍ପର୍କରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବିସ୍ତ୍ରୃତ ଭାବେ ଆଲୋଚନା କରିଥିଲେ । ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାକୁ ଟିକା ଦିଆଯିବ । ଏହି ଟିକାକରଣ ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ନେବାକୁ ଥିବା ଲୋକଙ୍କ ପାଇଁ ସବୁ ଅର୍ଥ ବହନ କରିବେ । ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ହେବ । ସେ ଆହୁରି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ମୋଟ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଛି । ପ୍ରଥମ ଦଫାରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଥିବା ବେଳେ ଏମାନଙ୍କ ମଧ୍ୟରେ କୌଣସି ଜନପ୍ରତିନିଧି ରହିବେ ନାହିଁ । ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଟିକା ଦିଆଯିବ । ଦୁଇଟି ମେଡ୍‌ ଇନ୍‌ ଇଣ୍ଡିଆ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । କୋଭିଡ୍‌ ସମସ୍ୟା ଭିତରେ ଆମେ ସମସ୍ତେ ଏକାଠି ହୋଇ ଏହା ସହ ଲଢ଼େଇ କରିଥିଲେ । ଟିକାକରଣ ବେଳେ ଯେମିତି ଗୁଜବ ପ୍ରଚାର ନ ହୁଏ ସେଥିପାଇଁ ରାଜ୍ୟ ଗୁଡ଼ିକ ସବୁ ପ୍ରକାରର ବ୍ୟବସ୍ଥା କରିବେ । ସୋସିଆଲ ଓ ଧାର୍ମିକ ଗ୍ରୁପ୍‌କୁ ମଧ୍ୟ ଏଥିରେ ସାମିଲ କରାଯିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହା ଉପରେ ମୋଦି କହିଛନ୍ତି, ବିଦେଶରେ ମିଳୁଥିବା କରୋନା ଟିକା ଅପେକ୍ଷା ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା ଟିକା ବେଶ ପ୍ରଭାବୀ ।

Leave a Reply

Your email address will not be published. Required fields are marked *

%d bloggers like this: