ସାଧାରଣ ଜନତାଙ୍କ ସ୍ୱର

ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଯୋଗଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୧/୦୧): ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ସରୋଜ କୁମାର ମିଶ୍ର, ଓ.ପ୍ର.ସେ (ବି. ପ୍ର. ପା ) ଆଜି ଯୋଗଦାନ କରିଛନ୍ତି l ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦାୟୀ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ l

ନୂତନ ଜିଲ୍ଲାପାଳ ଶ୍ରୀ ମିଶ୍ର ଏହା ପୂର୍ଵରୁ ଜଗତସିଂପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ ତୂଳାଉଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ଜିଲ୍ଲାରେ ପୂର୍ବରୁ ବହୁତ ଦିନ ଧରି କାର୍ଯ୍ୟ କରିଥିଲେ ଏବଂ ପ୍ରଶାସନିକ ଅଧିକାରୀ ଭlବରେ ଜିଲ୍ଲା ବିଷୟରେ ଅଭିଜ୍ଞତା ଅଛି l ଏହି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦାୟିତ୍ୱ ସହ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବରେ ମଧ୍ୟ ଦାୟିତ୍ୱରେ ଥିଲେ l  ଜିଲ୍ଲାରେ ଗ୍ରାମାଞ୍ଚଳର ବିକାଶ ପାଇଁ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷl ଓ ଜନଜାତିଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ l ନୂତନ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟର କର୍ମଚାରୀ, ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ କରିଥିଲେ l ଏହାପରେ ଜିଲ୍ଲାପାଳ ରାଜସ୍ୱ ଅଧିକାରୀ ମାନଙ୍କୁ ନେଇ କାର୍ଯ୍ୟାଳୟ ସଦଭାବନା ସଭାଗ୍ରୁହରେ ସମୀକ୍ଷା ବୈଠକ କରିଥିଲେ l ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସୋନାଲ ଜେନା, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାର ସମସ୍ତ ତହସିଲଦାର ମାନେ ଯୋଗ ଦେଇଥଲେ l ଏହାପରେ ସ୍ୱାସ୍ଥ୍ୟ ବିଭାଗର ବିଶେଷ କରି କରୋନା -19 ମହାମାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା, ଶିକ୍ଷା ଓ ମଙ୍ଗଳ ବିଭାଗର ବିଦ୍ୟାଳୟ ଖୋଲିବା ଉପରେ ସମୀକ୍ଷl କରିଥଲେ l

ଗ୍ରାମୀୟ ନିର୍ମାଣ ବିଭାଗ ଉପରେ ଆଲୋଚନ କରି ଜିଲ୍ଲାରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ l ସେହିପରି ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା କାର୍ଯ୍ୟକ୍ରମ ବିଶେଷ କରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଭିତିକ କାର୍ଯ୍ୟକ୍ରମ, ଓଡିଶା ଜୀବିକା ମିଶନ ଆଦି ଉପରେ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହରେ ସମୀକ୍ଷା କରିଥିଲେ l ସେହିପରି ସହରlଞ୍ଚଳ ବିକାଶ ଉପରେ ନିର୍ବାହୀ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଜିଲ୍ଲା ଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ ଓ ଆନ୍ୟନ୍ୟ ବିଭାଗ ଉପରେ ଅଧିକାରୀ ମାନଙ୍କ ସହିତ ଆଲୋଚନl କରିଥିଲେ l

Leave a Reply

Your email address will not be published. Required fields are marked *

%d bloggers like this: