ଡ଼କାୟତ ମାମଲାରେ ବୈପାରୀଗୁଡା ଥାନା ପକ୍ଷରୁ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0
295

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, (21/08) : ଡ଼କାୟତ ମାମଲାରେ ବୈପାରୀଗୁଡା ଥନା ପକ୍ଷରୁ ଆଜି ଅପରାହ୍ନରେ ୨ ଅଭିଯୁକ୍ତ ଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି l ୨ ଅଭିଯୁକ୍ତ ମଧ୍ୟରୁ ଜଣେ ଜୟପୁର ସଦର ଥାନା ଅନ୍ତର୍ଗତ ଦେବ ଗରଡା, ଅନ୍ୟ ଜଣେ ଝୋଡଙ୍ଗl ଗ୍ରାମ ର ପଦ୍ମାନ ହରିଜନ ବୋଲି ଜଣା ପଡିଛି l

ଗତ କାଲି ରାତି ରେ ବୈପାରୀଗୁଡା ଥାନା ଅନ୍ତର୍ଗତ ଦିଗାପୁର ରାସ୍ତା ରେ ଏହି ୨ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବ ବୈପାରୀଗୁଡା ଥାନା ଅଧିକାର ଈଶ୍ୱେର ତାଣ୍ଡି ସୂଚନା ଦେଇଛନ୍ତି l ଗତ କିଛି ଦିନ ପୂର୍ବେ ଡ଼କାୟତ ମାମଲାରେ ବୈପାରୀଗୁଡା ଅଂଚଳ ର ପେଟlଘାଟି, ବିରିଗlଡ଼ ଏବଂ ଘୋସଡା ଛକ ରେ ହୋଇଥିବା ଡ଼କାୟତ ଘଟଣା ରେ ଏହି ୨ ଅଭିଯୁକ୍ତ ସାମିଲ ଥିବା ବେଳେ ଏବେ ଗିରଫ କରାଯାଇ ଜୟପୁର କୋର୍ଟ ଚାଲାଣ କରିଛି ବୈପାରୀଗୁଡା ପୋଲିସ l