ସାଧାରଣ ଜନତାଙ୍କ ସ୍ୱର

ଭୁଷୁଡିଲା ନିର୍ମାଣଧିନ ବିଜୁ ସେତୁ: ଜଣେ ମୃତ, ୬ଆହତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୦/୦୧): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ତାଲାପଦର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି ।

ନିର୍ମାଣ ଧୀନ ବିଜୁ ସେତୁ ଭୁଷୁଡି ପଡିବା ଯୋଗୁଁ ଏଥିରେ ଜଣେ ମୃତ ବରଣ କରିଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ସ୍ଥାନାନ୍ତରିତ କରାଯାଇ ଛି । ସୂଚନା ପ୍ରକାରେ ଜଣେ ଶ୍ରମିକ ପୋଲ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି । ଘଟଣାସ୍ଥଳରେ ଉମରକୋଟ ପୋଲିସ ଦଳ ପହଞ୍ଚି ପ୍ରକୃତ ଘଟଣା ବିଷୟରେ ତଦାରଖ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

%d bloggers like this: