ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସଦଭାବନା ଦିବସ ରୂପେ ପାଳନ

0
188

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ
ନବରଙ୍ଗପୁର,ତା, (୨୦/୦୮) : ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୁବ ମାନସ ର ପ୍ରତୀକ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସାରା ଦେଶରେ ସଦଭାବନା ଦିବସ ରୂପେ ପାଳନ କରାଯାଉଛି |

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ହେତୁ ନିରାଡମ୍ବର ଭାବେ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଦଳର ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ, ବରିଷ୍ଟ ନେତା ଶ୍ରୀ ସୁବାଷ ଚନ୍ଦ୍ର ସୁର, ନଗର କଂଗ୍ରେସ ସଭାପତି ଶ୍ରୀ ଉତ୍ତମ ତ୍ରିପାଠୀ, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଭୀମ ହରିଜନ ତାଜ ଇମରା ନ ସରିଫ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ସାହୁ, ପ୍ରଫୁଲ୍ଲ ପଣ୍ଡା, ସୁମିତ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଗାନ୍ଧିଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏବଂ ତାଙ୍କ ସ୍ମୁତି ଚାରଣ କରି ସେ ସମୟର ଭାରତ ଓ ବର୍ତ୍ତମାନ ର ଭାରତ ମଧ୍ୟରେ ତାର ତମ୍ୟ କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା |