Friday, March 29, 2024

Top 5 This Week

Related Posts

ଝଞ୍ଜାବତି ନଦୀ ପୁଲିଆ କାମ ୩ ବର୍ଷ ହେଲା ଅଧୁରା : ଶ୍ରମିକଙ୍କ ଅଭାବ ଯୋଗୁଁ ଶେଷ ହୋଇ ପାରୁନି

ରିପୋର୍ଟ : ମୀନା ବେହେରା
କୋରାପୁଟ,ବନ୍ଧୁଗାଁ,ତା,(୧୮/୮) : ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ଠାରୁ ୧ କିମି ଦୂର ଦେଇ ବହିଯାଉଥିବା ଝଞ୍ଜାବତି ନଦୀ ପୁଲିଆ କାମ କରାଯିବା ପାଇଁ ଗତ ୨୦୧୭-୧୮ ମସିହାରେ ୯ କୋଟି ଟଙ୍କାର ଛଅ ପୋଲ ବିଶିଷ୍ଟ ୧ ଶହ ୨୦ମିଟର ଲମ୍ବ ଓ ୨୬ ମିଟର ଓସାର ବ୍ରିଜ କାମର ଟେଣ୍ଡର ବିଷୟକୁ ନେଇ ଏହାର ଫଳକ ମାଧ୍ୟମରେ ଅବଗତ ହୋଇଥିଲା |

ସେହି ସମୟ ଠାରୁ ଛ ବିଶିଷ୍ଟ ଝଞ୍ଜାବତି ନଦୀ ପୁଲିଆ କାମକୁ ନେଇ ଏସ. ମୁଣ୍ଡ ସଙ୍କଚନ ଦ୍ୱାରା କରାଯିବା ପାଇଁ ଚାଲୁ ହୋଇଥିଲା | ଛଅ ମାସ ପରେ ୧ କୋଟି ଟଙ୍କାର ଖର୍ଚ୍ଚ ହୋଇଥିବାର ଗୋଟିଏ ପୋଲ ନିର୍ମାଣ ପରେ କଣ୍ଟ୍ରାକଟର କାମ ବନ୍ଦ କରି ଦେଇଥିବାରୁ ଉକ୍ତ ବିଷୟକୁ ନେଇ କରାପୁଟ ଜିଲାପାଳ ଶ୍ରୀ କିନ୍ତାଲ ସୁଦର୍ସନ ଚକ୍ରଵର୍ତ୍ତୀ ରାଓଙ୍କ ଆଖି ନଜରକୁ ଯିବା ପରେ ବନ୍ଧୁଗାଁ ବ୍ଲକ ଗସ୍ତ କରି ବ୍ରିଜ କାମକୁ ପରଖି ଧ୍ୟାନ ଦେଇଥିଲେ |

କିଛିଦିନ ପରେ ଯେତିକି କାମର ଖର୍ଚ୍ଚାନ୍ତ ସେତିକି ପଇସା ଠିକାଦାରଙ୍କୁ ଟଙ୍କା ବିଲ ପୈଠ ପରେ ଅନ୍ୟ ଜଣଙ୍କୁ ଉକ୍ତ ବ୍ରିଜ କାମକୁ ନେଇ ଯଥା ଶୀଘ୍ର କାର୍ଯ୍ୟକୁ ଶେଷ କରିବା ପାଇଁ କହିବା ସହ ଅନ୍ୟ କଣ୍ଟ୍ରାକଟରଙ୍କ ହାତରେ ୨୦୧୮ ରେ ବଳକା ପାଞ୍ଚଟି ପୋଲ ସହ ବ୍ରିଜ କାମ ଶେଷ କରିବା ପାଇଁ ଆଠ କୋଟି ଟଙ୍କାର ବିଲ ପାଇବେ ବଲି ଏକ ଏଗ୍ରିମେଣ୍ଟ କରାଯାଇଥିଲା | ଉକ୍ତ କାମକୁ ନେଇ ଜୋରସୋର ଭାବରେ କାମକୁ କରିବା ପାଇଁ ନିଜର ଅନ୍ୟତ୍ର ବ୍ରିଜ କାମ ଶେଷ କରିଥିବା ସ୍ଥାନରୁ ନିଜର ବ୍ରିଜ କାମରେ ଲାଗିଥିବା ସମସ୍ତ ଜିନିଷ ଆଣି ଆଲମଣ୍ଡା ଝଞ୍ଜାବତି ବ୍ରିଜ କାମ ଆରମ୍ଭ କଲେ |

ବ୍ରିଜ କାମ ଆରମ୍ଭ କରିବା ପାଇଁ ନିକଟସ୍ତ ଗ୍ରାମ ମାନଙ୍କୁ ଯାଇ ନିଜ ବ୍ରିଜ କାମରେ ନିୟୋଜିତ କରିବା ପାଇଁ ଦୈନିକ ମଜୁରିଆ ମାନଙ୍କୁ ଦୈନିକ ଡାକି କାମ କରାଇଥାନ୍ତି ଓ କାମକୁ ସାରିବା ପାଇଁ ନିକଟସ୍ତ ଆନ୍ଧ୍ରର ପାର୍ବତି ପୁରୋମରେ ରହି ସାଇଡକୁ ଆସି କାମ କରାଇଥାନ୍ତି | ବର୍ତ୍ତମାନ ସୁଦ୍ଧା ୫୦ ଭାଗ କାମ ଶେଷ ହୋଇଅଛି | ଏହି କାମ କରିବା ପାଇଁ କଣ୍ଟ୍ରାକଟର ଦିନସାରା ରହି କାମ ସାରିବା ପାଇଁ ଚେଷ୍ଟା କରିଥାନ୍ତି କାରଣ ରାତ୍ର ସମୟରେ କାମ ସାଇଡ଼ରୁ ଚୋରି ହୋଇଥାଏ |

କିଛିଦିନ ଆଗରୁ ପାଇପ, ୮ ଏମଏମ ରଡ଼, ୧୦ ଏମଏମ ରଡ଼, ଶିଷ୍ଟିନ ଏମଏମ ରଡ଼, ଓ ୨୦ ଏମଏମ ଜିନ୍ଦାଲ କୋମ୍ଫାନିର କେବଳ ରଡ଼ ଅତି କମରେ ଏକ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବାର ଅଭିଯୋଗ ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଜଣାଯାଇଛି | କିନ୍ତୁ ଏପର୍ଯ୍ୟନ୍ତ କିଛି ସଫଳ ଆସି ନାହିଁ ଏହା ସହ ବିଜୁଳି ସମସ୍ୟା ବହୁତ ଦେଖାଦେଇଥାଏ, ଦିନେ ରହିଲେ ୨ ଦିନ ବିଜୁଳି ରହୁନାହିଁ, ଯାହାଦ୍ୱାରା କି ୱେଲଡିଙ୍ଗ କରିବା ପାଇଁ ଅସୁବିଧା ହେଉଛି |

ଏହି ଅଞ୍ଚଳବାସୀ ବ୍ରିଜ କାମ କରିବା ପାଇଁ ୨ ଦିନ ଆସିବା ପରେ ଆଉ ଜମା ଆସୁ ନାହାନ୍ତି, ଯାହାଦ୍ୱାରା କଲିକତାରୁ ଲୋକଙ୍କୁ ଆଣି କାମ କରାଇବାକୁ ପଡୁଛି | ସେମାନେ ମଧ୍ୟ ଦଶ ପନ୍ଦର ଦିନ କାମ କରିବା ପରେ ନିଜ ଗାଁକୁ ଚାଲି ଯାଉଛନ୍ତି ଓ ବାହାର ଲୋକଙ୍କୁ ଯୋଗାଯୋଗ କରିବା ପାଇଁ ମଧ୍ୟ ଯୋଗାଯୋଗ ସେବା ଠିକରେ ଉପଲବ୍ଧ ନାହିଁ | ଏପରି ବାହାରରୁ କାମ କରିବା ପାଇଁ ଇଛା ହଉଥିଲେ ସୁଦ୍ଧା ଲୋକେ ଠିକ ଭାବରେ କାମରେ ନିୟୋଜିତ ହୋଇ ପାରୁ ନାହାନ୍ତି |

କିଛି ବ୍ୟକ୍ତି କାମ କରିବା ପାଇଁ ଆଗୁଆ ଟଙ୍କା ନେଇଯାଉଛନ୍ତି ଓ କିଛି ଦିନ ପରେ ଚାଲି ଯାଉଥିବାରୁ ଏହି ବ୍ରିଜ କାମ ଶେଷ ହଇ ପାରୁନାହିଁ | ଆଲୋମଣ୍ଡା ଅଞ୍ଚଳବାସୀ କୌଣସି କ୍ଷେତ୍ରରେ ସାହାଯ୍ୟ କଲେ ମୁଁ କାମକୁ ତୁରନ୍ତ ସାରନ୍ତି ବୋଲି କଣ୍ଟ୍ରାକଟର ଗଣ ମାଧ୍ୟମକୁ ଜଣାଇଥିଲେ |

ବର୍ତ୍ତମାନ ମଧ୍ୟ କଲିକତାରୁ ତିରିଶ ଜଣ ମିସ୍ତ୍ରୀ, ୱେଲଡ଼ର ଓ ଅନ୍ୟାନ୍ୟ କାମ କରୁଥିବା ବ୍ୟକ୍ତିଙ୍କୁ ୩ ଦିନ ପୂର୍ବରୁ ଆଣାଯାଇ କାମ କରା ଯାଉଛି, ଦୈନିକ ମଜୁରିଆ ମାନଙ୍କ ଭିତରୁ ମହିଳାଙ୍କୁ ଦୈନିକ ୪୦୦ ,ପୁରୁଷଙ୍କୁ ୫୦୦ ଓ ମିସ୍ତ୍ରୀଙ୍କୁ ୭୦୦ ଟଙ୍କା ଦେବା ସହ ଖାଇବା ମଧ୍ୟ ଦେଇଥାନ୍ତି |

ଏପରି ଭାବରେ ମୁଁ ଲୋକଙ୍କ ମନକୁ ଜିଣିଥାଏ କିନ୍ତୁ ବ୍ରିଜ କାମ କରିବା ପାଇଁ ଲୋକେ ମନ ବୋଲାଉ ନାହାନ୍ତି, ଯାହାକି ବ୍ରିଜ କାମ ବିଳମ୍ଭରେ ଚାଲିଛି କିନ୍ତୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ ଭାବରେ ଶେଷ ହୋଇଯିବ ବଲି କଣ୍ଟ୍ରାକଟର କହିଥିଲେ |

Popular Articles