ରାୟଗଡ଼ ସ୍ଥିତ କେନ୍ଦ୍ର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ : କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ

0
313

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼,(୧୮/୦୮) : ରାୟଗଡ ସ୍ଥିତ କେନ୍ଦ୍ର ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l

ଏହି ରାୟଗଡ଼ ସ୍ଥିତ କେନ୍ଦ୍ର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଚଳିତ ବର୍ଷର ବାର୍ଷିକ ଫଳାଫଳ,ଚଳିତ ୨୦୨୧-୨୨ ବର୍ଷ ପାଇଁ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା, ଅନ୍‍ଲାଇନ କ୍ଲାସ, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲିଥିବା ପଦବୀ, ସ୍ମାର୍ଟକ୍ଳାସ ଉପରେ ଉପସ୍ଥାପନା କରିଥିଲେ l ଏହା ସହିତ ବିଦ୍ୟାଳୟ ସମସ୍ୟା ବିଷୟରେ ବିଶେଷ କରି କାର୍ଯ୍ୟାଳୟ ଆବଶ୍ୟକତା ଉପକରଣ ଉପରେ ଆଲୋଚନା କରି ତାହାକୁ କିଣିବା ପାଇଁ କମିଟିକୁ ଅନୁମତି ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଚାଲିଥିବା ଭିତ୍ତି ଭୂମିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।daa54097 13ba 4bae b964 e3b4d8851ee0 ରାୟଗଡ଼ ସ୍ଥିତ କେନ୍ଦ୍ର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ : କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ

ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସାନିଟାଇଜର ବ୍ୟବସ୍ଥା, ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ବୈଦ୍ଧିକ ବିକାଶ ନିମନ୍ତେ ନୂତନତା ଜ୍ଞାନ ପ୍ରଦର୍ଶିତ କରିବାକୁ ଓ କଳାର ବିକାଶ ନିମନ୍ତେ ଲୁକାୟିତ ପ୍ରତିଭାକୁ ଆବିଷ୍କାର କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ବିଦ୍ୟାଳୟରେ ୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ସହିତ ଆଲୋଚନା କରି ଭଲ ପାଠ ପଢିବା ପାଇଁ କହିଥିଲେ l55fa4a7f 446b 48f3 8725 b2cc1d20dd6e ରାୟଗଡ଼ ସ୍ଥିତ କେନ୍ଦ୍ର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ : କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ

ବିଦ୍ୟାଳୟ ପରିସରରେ ଥିବା ବିଜ୍ଞାନଗାର, କମ୍ପ୍ୟୁଟର ଲେବ୍‍, ଲାଙ୍ଗୁଏଜ୍‍ ଲେବ ଏବଂ ଖେଳ ପଡିଆ ପରିଦର୍ଶନ କରିଥିଲେ । ଏହି ପରିଚାଳନା କମିଟି ବୈଠକରେ ଉପ-ଜିଲ୍ଲାପାଳ, ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଡଃ. ଏଲ୍‍.ଏନ୍‍ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ, ୱାଇ.ବି. ଅହମଦ୍‍, ଶିକ୍ଷା ବିଶେଷଜ୍ଞ ଶ୍ରୀ ବି. କେ.ପାଣିଗ୍ରହୀ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପାତ୍ର, ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ ଅଭିଭାବକ ଶିବ ପ୍ରସାଦ ମିଶ୍ର, ମହିଳା ଅଭିଭାବକ ଶ୍ରୀମତୀ ଭବାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦାନ କରି ବିଦ୍ୟାଳୟର ବିଭିନ୍ନ ବିଷୟବସ୍ତୁ କୁ ନେଇ ଆଲୋଚନା କରିଥିଲେ ।