ବିଦ୍ୟୁତ ସମସ୍ୟା ସମାଧାନ ନ ହେଲେ ଅଫିସ ଘେରାଉ : ନବରଙ୍ଗପୁର ଜିଲ୍ଲା ବିଜେପି

0
243

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୧୭/୦୮) : ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀଙ୍କ ନେତୃତ୍ୱରେ ଏକ ଦଳ ନବରଙ୍ଗପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ସାହୁଙ୍କ ସହ ମିଶି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲାଗି ରହିଥିବା ବିଦ୍ୟୁତ ସମସ୍ୟା ନେଇ ଆଲୋଚନା କରିଥିଲେ ।

ନବରଙ୍ଗପୁର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ, ଜିରୋ ରକ୍ଷଣ ବେକ୍ଷଣ ଓ ତାର ଛିଣ୍ଡିଲେ ଏହାକୁ ସଙ୍ଗେ ସଙ୍ଗେ ମରାମତି କରାଯାଉନଥିବା ଅଭିଯୋଗ କରିଛନ୍ତି । ଚଳିତ ମାସ ସୁଦ୍ଧା ଏହି ବିଦ୍ୟୁତ ସମସ୍ୟା ଗୁଡ଼ିକର ସମାଧାନ କରା ନ ଗଲେ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ଆଲୋଚନା ବେଳେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ , ପର୍ଶୁରାମ ମାଝୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର ବିଷୋୟୀ , ପୂର୍ବତନ ଜିଲ୍ଲା ସଭାପତି ଝାଡେଶ୍ୱର ଖାଡଙ୍ଗା , ଅରୁଣ ପୂଜାରୀ , ହରି ମୋହନ ଶର୍ମା , ଶୁଭମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।