ସାଧାରଣ ଜନତାଙ୍କ ସ୍ୱର

“ଆପଣ ଏକା ନୁହନ୍ତି” ଫାଉଣ୍ଡେସନ ପକ୍ଷରୁ କମଳ ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ରିପୋର୍ଟ: ରାକେଶ ମହାରଣା //
ବେଗୁନିଆପଡା:୦୩/୦୧): ପ୍ରତ୍ୟେକ ନୂତନ ବର୍ଷ ରେ ଲୋକଙ୍କ ମନରେ ହସ ଫୁଟାଇବା ପାଇଁ ନିଆରା ପ୍ରୟାସ ଜାରୀ ରଖିଛନ୍ତି “ଆପଣ ଏକା ନୁହନ୍ତି” ଫାଉଣ୍ଡେସନ ର କର୍ମକର୍ତ୍ତା | ଫାଉଣ୍ଡେସନ ର ସଭାପତି ଶ୍ରୀ ଜଗନ୍ନାଥ ସାହୁଙ୍କ ତତ୍ୱାବଧାନରେ ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ହରିଜନ ସାହିର ସାହି ବାସିନ୍ଦା ଙ୍କୁ ବାବା କରୁଣେଶ୍ୱର ମନ୍ଦିର ଠାରେ କମଳ ଓ ଚାଉଳ ବଣ୍ଟନ କରାଯାଇଥିଲା |

ଶୀତ ଦିନ ର ଜାଡ କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସଂଗଠନ ତରଫରୁ ଗରିବ ଲୋକଙ୍କୁ କମଳ ବଣ୍ଟା ଯାଉଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସମାଜସେବୀ ତଥା ଆପଣ ଏକା ନୁହନ୍ତି ଫାଉଣ୍ଡେସନ ର ସଭାପତି ଶ୍ରୀ ଜଗନ୍ନାଥ ସାହୁଙ୍କ ସମେତ ଅର୍ଧେନ୍ଦୁ ପଟ୍ଟନାୟକ,ପ୍ରକୃତି ବନ୍ଧୁ ଭବାନୀ ପ୍ରସାଦ ଆଚାର୍ଯ୍ୟ, ସୁଶାନ୍ତ ବେହେରା, ଯୁବ ସାମ୍ବାଦିକ ପବିତ୍ର କୁମାର ରାଉତ,ପ୍ରେମ ସେନାପତି, ପ୍ରଶାନ୍ତ କୁମାର ସେଠି, ଜଗମୋହନ ଦାସ,କଳ୍ପଳତା ମହାପାତ୍ର, ଶ୍ରୁତି ସ୍ୱରୂପା ମହାପାତ୍ର ପ୍ରମୁଖ ଙ୍କ ଉପସ୍ଥିତି ରେ ପଚାଶ ପରିବାର କୁ କମଳ ସହିତ ପଚିଶି କେଜି ଲେଖାଏଁ ଚାଉଳ ବଣ୍ଟନ କରାଯାଇଥିଲା | ଆପଣ ଏକା ନୁହନ୍ତି ଫାଉଣ୍ଡେସନ ର ଏହି ନିଆରା ପ୍ରୟାସ ତଥା ସମାଜସେବୀ ଚିନ୍ତାଧାରା କୁ ନେଇ ବହୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଆଶୀର୍ବାଦ ର ସୁଅ ଛୁଟିଛି |

Leave a Reply

Your email address will not be published. Required fields are marked *

%d bloggers like this: