Thursday, March 28, 2024

Top 5 This Week

Related Posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସିକ୍ଯୁରିଟି ଗାର୍ଡ ଙ୍କ ଔଦ୍ଧତ୍ୟ : ରୋଗୀ ଓ ରୋଗୀ ସମ୍ପର୍କୀୟ ଅତିଷ୍ଟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୧୭/୦୮) : ରୋଗୀ ମାନଙ୍କୁ ସଠିକ ଚିକିତ୍ସା ଯେତିକି ଆବଶ୍ୟକ ସେତିକି ଆବଶ୍ୟକ କର୍ମଚାରୀଙ୍କ ଉତ୍ତମ ବ୍ୟବହାର । ହେଲେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସିକ୍ଯୁରିଟି ଗାର୍ଡ ମାନଙ୍କ ଦୁର୍ବବ୍ୟବହାର ରେ ଅତିଷ୍ଠ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।

ଗେଟପାସ ନଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ମନା । ନେହୁରା ହେଲେ ରୁକ୍ଷ ବ୍ୟବହାର କରିବା ସହିତ ଧରଧର ମାରମାର କରି ଫେରାଇ ଦିଆଯାଉଛି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ । ମେଡିକାଲ କତୃର୍ପକ୍ଷ ସବୁ ଜାଣି ଚୁପ । ସିକ୍ଯୁରିଟି ଗାର୍ଡ ମାନଙ୍କ ରୁକ୍ଷ ଦୁର୍ବବ୍ୟବହାର ପାଇଁ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

ଏ ହେଉଛନ୍ତି ଗୌରାଙ୍ଗ ନାଏକ । ନିଜ ପୁତ୍ରବଧୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତାଙ୍କୁ କୁଆଡେ ରକ୍ତ ବି ଲାଗିଛି । ଏହି ଖବର ଜାଣିଲା ପରେ ବୋହୁର ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ସହିତ ଟିକେ ଦେଖା କରିବା ପାଇଁ ଗୌରାଙ୍ଗ ଜିଲ୍ଲା ସଦରମହକୁମାରୁ ୮୦ କିମି ଦୁର ତଳଗାଁ କୁ ଆସିଥିଲେ । ହେଲେ ଡାକ୍ତରଖାନା କାର୍ଯ୍ୟରତ ସିକ୍ଯୁରିଟି ଗାର୍ଡ ମାନେ ତାଙ୍କୁ ବୋହୁକୁ ଦେଖା କରିବାକୁ ଦେବା ତ ଦୁରର କଥା ଡାକ୍ତରଖାନା ଭିତରକୁ ମଧ୍ୟ ଛାଡି ନଥିଲେ । ନେହୁରା ବି ହେଲେ,ଗୌରାଙ୍ଗକୁ ର୍ଦୁବ୍ୟବହାର କରିବା ସହିତ ଗେଟପାସ ନାହିଁ କହି ଫେରାଇଦେଲେ । ଶେଷରେ ନିରାଶ ହୋଇ ଫେରିଲେ ଗୌରାଙ୍ଗ । ଏ ତ ଗୌରାଙ୍ଗଙ୍କ ଦୁଖଃ ।

କିଛିଦନ ତଳେ ସ୍ୱୀକୃଟି ମାନେ ମେଡିକାଲ ଭିତରକୁ ନ ଛାଡିବାରୁ ଜଣେ ଗର୍ଭବତି ମହିଳା ଡାକ୍ତରଖାନା ବାହାରେ ପ୍ରସବ ମଧ୍ୟ କରିଥିଲେ । ଏମିତି ପ୍ରତି ମୁହୁର୍ତରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ହୁଅନ୍ତୁ ଅବା ରୋଗୀଙ୍କ ସମ୍ପର୍କିୟଙ୍କୁ କାର୍ଯ୍ୟରତ ସିକ୍ଯୁରିଟି ଗାର୍ଡ ମାନଙ୍କ ରୁକ୍ଷ ସହିତ ର୍ଦୁବ୍ୟବହାର ଦେଖାଯାଉଛି । ଏହାକୁ ନେଇ ପ୍ରତିବାଦ କଲେ ମିଳୁଛି ଧମକ, କରାଯାଉଛି ହଇରାଣ । ଏସବୁ ଜାଣି ଚୁପ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ଡାକ୍ତରଖାନା କୌଣସି ପାର୍କ ନୁହେଁ କି ପର୍ଯ୍ୟଟନ ସ୍ଥାନ ନୁହେଁ । ଯେ ଲୋକେ ଏଠାକୁ ବୁଲିବାକୁ ଆସିବେ । ମହାମାରୀ କରୋନା ପାଇଁ ଦୁଇବର୍ଷ ହେବ ଅତି ଜରୁରୀ ନହେଲେ ଡାକ୍ତରଖାନା କୁ ଆସୁ ନାହାନ୍ତି । ଆଉ ଯେଉଁମାନେ ଜରୁରୀ ପରିସ୍ଥିତିରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି ସେ ରୋଗୀ ହୁଅନ୍ତୁ ଅବା ରୋଗିଙ୍କ ସମ୍ପର୍କୀୟ ହୁଅନ୍ତୁ କାର୍ଯ୍ୟରତ ସିକ୍ଯୁରିଟି ଗାର୍ଡ ମାନଙ୍କ ର୍ଦୁବ୍ୟବହାର ର ଶିକାର ହେଉଛନ୍ତି ।

ଯଦି ପାଖରେ ଗେଟପାସ ନାହିଁ ତାହେଲେ ରୋଗୀଙ୍କୁ ଦେଖା କରିବା ତ ଦୁରର କଥା ଚିକିତ୍ସା ବି ହୋଇପାରିବେନି । କାରଣ ଏଠାରେ ଡାକ୍ତରଙ୍କ ଅପେକ୍ଷା ସିକ୍ଯୁରିଟି ଗାର୍ଡ ମାନଙ୍କ ଦୌରାତ୍ମ୍ୟ ଅଧିକ । ସୁଚନାମତେ ଜିଲ୍ଲାର ହରଭଙ୍ଗା,ବୌଦ୍ଧ ଏବଂ କଣ୍ଟାମ|ଲ ବ୍ଲକର ଉପାନ୍ତ ଅଞ୍ଚଳ ହେଉ ପଡୋଶୀ ଆଠମଲିକ,ବିରମହାରାଜପୁର,ରେଢାଖୋଲ ଅଞ୍ଚଳରୁ ବହୁ ରୋଗୀ ମାନେ ଚିକିତ୍ସା ପାଇଁ ଆସୁଛନ୍ତି ।

ହେଲେ ସେମାନେ ଗେଟପାସ ବାବଦରେ ଜାଣି ପାରୁନଥିବା ସହିତ ସିକ୍ଯୁରିଟି ଗାର୍ଡ ମାନଙ୍କ ର୍ଦୁବ୍ୟବହାର ପାଇଁ ଚିକିତ୍ସା ନ ହୋଇ ଫେରିଯାଉଛନ୍ତି । ଯେଉଁଥିପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାରେ ହେଉ ଅବା ଜିଲ୍ଲା ବାହାରେ ବଦନାମ ହେବାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ।

ବେସରକାରୀ ସଂସ୍ଥା ସିକ୍ଯୁରିଟି ଗାର୍ଡ ମାନଙ୍କୁ ନିଯୁ୍‌କ୍ତି ଦେଇଛି । ହେଲେ ସିକ୍ଯୁରିଟି ଗାର୍ଡ ମାନଙ୍କୁ ନିଯୁକ୍ତି ପୁର୍ବରୁ କୌଣସି ତାଲିମ ଦିଆଯାଇ ନାହିଁ । ଏପଟେ ସିକ୍ଯୁରିଟି ଗାର୍ଡ ମାନଙ୍କ ଏଭଳି ଦୁର୍ବବ୍ୟବହାର ବଢି ଚାଲିଥିବାବେଳେ ସମ୍ପୃକ୍ତ ସଂସ୍ଥା ଲକ୍ଷଲକ୍ଷ ଟଙ୍କା ନେଇଚାଲିଛି ।

ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ କିଭଳି ଗାଇଡ଼ କରାଯିବ,ବ୍ୟବହାର ଦିଆଯିବ, କେଉଁ ପ୍ରକାରର ସହାଯ୍ୟ କରାଯିବ ସେ ବାବଦରେ ଫିଡବେକ ଓ ରେଟିଂ ର ବ୍ୟବସ୍ଥା କରାଯିବା ସହିତ ଏଥିରେ ଖରାପ ରେଟିଂ ଆସୁଥିବା ସିକ୍ଯୁରିଟି ଗାର୍ଡ ମାନଙ୍କୁ କାର୍ଯ୍ୟରୁ ଅବ୍ୟାହୁତି କରାଯିବା ଦରକାର ବୋଲି ଜିଲ୍ଲାବାସୀ କହିଛନ୍ତି ।

ତେବେ ଏହି ଘଟଣାକୁ ବୌଦ୍ଧ ଜିଲ୍ଲାପାଳ ଗମ୍ଭିରତାର ସହିତ ନେଇ ତୁରନ୍ତ ଘଟଣାର ତଦନ୍ତ କରିବା ସହିତ କାର୍ଯ୍ୟରତ ସିକ୍ଯୁରିଟି ଗାର୍ଡ ମାନଙ୍କୁ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ।

Popular Articles