Tuesday, March 19, 2024

Top 5 This Week

Related Posts

ହୀରାକୁଦ ଭାୟା ବିନିକା ଦେଇ ସୁବର୍ଣ୍ଣପୁରକୁ ରେଳ ସଂଯୋଗିକରଣ ନିମନ୍ତେ ଜନସାଧାରଣଙ୍କ ଦାବିପତ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୧୬/୮) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଣ ଅନୁକୋଣରେ ରେଳ ଲାଇନଓ ଟ୍ରେନର ବିକାଶ ସହିତ ବୁଲେଟ ଟ୍ରେନ ପାଇଁ ଗୁରୁତ୍ତ୍ଵ ଦେଉଥିବାରୁ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ସଂଯୋଗ ପାଇଁ ହୀରାକୁଦ ଭାୟା ବିନିକା ଦେଇ ସୋନପୁରକୁ ରେଳ ସଂଯୋଗିକରଣ ସକାଶେ ଆଜି ବିନିକା ଜନସାଧାରଣଙ୍କ ତରଫରୁ ସ୍ଥାନୀୟ ତହସିଲଦାରଙ୍କ ଅନୁପସ୍ଥିତରେ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ ମେହେରଙ୍କ ଜରିଆରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l

ଦାବିପତ୍ରରେ ଉଲ୍ଲେଖ ରହିଛି ଯେ,ହୀରାକୁଦ ଭାୟା ବିନିକା ଦେଇ ସୁବର୍ଣ୍ଣପୁରକୁ ରେଳ ସଂଯୋଗିକରଣ କରାଯାଉ | ପଶ୍ଚିମ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭାବେ ପରିଚିତ ସମ୍ବଲପୁର ଓ ସୁବର୍ଣ୍ଣପୁର l ଏହାର ସାମାଜିକ ଜୀବନଶୈଳୀ ଅନନ୍ୟ l ସମ୍ବଲପୁର ଜିଲ୍ଲାରେ ପ୍ରସିଦ୍ଧ ହୀରାକୁଦ ଡ଼୍ୟାମ,ସମଲେଶ୍ଵରୀ ମନ୍ଦିର,ବୁର୍ଲା ମେଡିକାଲ କଲେଜ, ଆଇଆଇଏମ, ସୈନିକ ସ୍କୁଲ,ସିଆରପିଏଫ୍ ସେଣ୍ଟର,ଇଞ୍ଜିନିୟରିଂ କଲେଜ,ଜ୍ୟୋତିବିହାର ବିଶ୍ଵ ବିଦ୍ୟାଳୟ ରହିଥିବା ବେଳେ ବାଣିଜ୍ୟକ କ୍ଷେତ୍ରରେ ଏହି ସହର ଖ୍ୟାତି ଅର୍ଜନ କରିଛି l ଏଠାରେ ଥିବା ଭିମାସାର,ଭିଏସଏସୟୁଟି ଏବଂ ଅନ୍ୟାନ୍ୟ ସଂଗଠନ ଉପରେ ସାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକେ ବିଭିନ୍ନ କାମପାଇଁ ନିର୍ଭର କରି ଆସୁଛନ୍ତି l

ଖୋର୍ଦ୍ଧା ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ଚାଲିଥିବା ରେଳ ଲାଇନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଠାରେ ରେଳ ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବାକୁ ଯାଉଥିବାରୁ ସମ୍ବଲପୁର ହୀରାକୁଦ ଷ୍ଟେସନ ଠାରୁ ସୋନପୁର ପର୍ଯ୍ୟନ୍ତ ଭାୟା ଗୋଶାଳା, ଚାରପାଲି,ଉଦେପୁର, ଜାମପାଲି, ତୁରୁମ,ବିନିକା, ମହାଦେବପାଲି ଦେଇ ନୂତନ ରେଳଲାଇନ ନିର୍ମାଣ ଦ୍ଵାରା ବିଭିନ୍ନ ସାମଗ୍ରୀର ପରିବହନ ହେବା ସାଙ୍ଗକୁ ବିଭିନ୍ନ ଅଞ୍ଚଳକୁ ସହଜରେ ସଂଯୋଗିକରଣ ଏବଂ ସ୍ଥାନୀୟ ଅଂଚଳର ସାମାଜିକ ଅର୍ଥନୀତିର ଉନ୍ନତିକରଣ ହେବ ବୋଲି ଆଶା କରାଯାଉଛି l

ଯାହା ଫଳରେ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅଧିକ ମାତ୍ରାରେ ରାଜସ୍ବ ମିଳିବ l ତେଣୁ ଦିଆଯାଇଥିବା ଦାବିପତ୍ରର ସମସ୍ତ ତଥ୍ୟ ଏବଂ ପରିସ୍ଥିତିକୁ ଅନୁଧ୍ୟାନ ପୂର୍ବକ ଅଞ୍ଚଳବାସୀଙ୍କ ସମୂହ ସ୍ବାର୍ଥ ପାଇଁ ରେଳ ଲାଇନ ସଂଯୋଗିକରଣ କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଶ୍ୱାସ ରହିଛି l ଏହାର ଅବିକଳ ନକଲ କପି ମାନ୍ୟବର ମୁଖ୍ୟମନ୍ତ୍ରୀ ,ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ମୟ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି l

ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାଇ ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ପଞ୍ଚାନନ ମିଶ୍ର, ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ , ବରିଷ୍ଠ ଓକିଲ ପଞ୍ଚାନନ ଦନ୍ତା , ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ , ସରପଞ୍ଚ ସଂଘ ସଭାପତି ଲଷ୍ମଣ ସାହୁ, ଡିଙ୍ଗର ପଣ୍ଡା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles