ସାଧାରଣ ଜନତାଙ୍କ ସ୍ୱର

ବେଗୁନିଆପଡା ବ୍ଲକରେ ମିଳୁଛି ନିମ୍ନମାନର ଛତୁଆ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୩୧/୧୨): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଯୋଗାଣ ହେଉଛି ନିମ୍ନ ମାନର ଛତୁଆ। ଛତୁଆ ନା ରେ ମହିଳା ଓ ଶିଶୁ ଙ୍କୁ ଦିଆଯାଉଛି ଅଟା ଗୁଣ୍ଡ ଓ ଚିନି। ଯାହା ଲେବରୋଟୋରୀ ପରୀକ୍ଷଣ ପରେ ଆହୁରି ରହସ୍ୟ ଉନ୍ମୋଚନ ହେବ ବୋଲି ଅଞ୍ଚଳରେ ଦାବି ହୋଇଛି।। ଖଲ୍ଲିକୋଟ ଏନ. ଏସିର ଉମା ମହେଶ୍ୱର ଏସଏଚଜି ନାମକ ଏକ ସଂସ୍ଥା ନେଇଥିବା ଜଣାପଡିଛି l ହେଲେ ଏଠାରେ ଛତୁଆର ମାନ କି ଭଳି ହେଉଥିବା ନେଇ ସନ୍ଦେହ ପ୍ରକାଶ ପାଉଛି ।

ଅନ୍ଯପକ୍ଷରେ ଛତୁଆ ମିଲିଙ୍ଗ ଓ ପ୍ୟାକିଙ୍ଗ ସ୍ଥାନ ଅପରିଷ୍କାର ଓ ଭିତ୍ତିଭୂମି ର ଅଭାବ। ପୁଷ୍ଟିହୀନତା ଦୂର କରିବା ପାଇଁ ସରକାର ସମନ୍ନୀତ ଶିଶୁ ବିକାଶ ଯୋଜନ ବିଭାଗ ତରଫରୁ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ନିମ୍ନ ସ୍ତରରେ ବିଭାଗୀୟ ଅଧିକାରୀ ଙ୍କ ଲାଭଖୋର ମନୋଭାବ ଯୋଗୁଁ ଭାଗବଣ୍ଟା ରେ ଚାଲିଛି ପୁରା ଯୋଜନା। ନିରୀହ ଗର୍ଭବତୀ, ପ୍ରସୂତୀ,ଶିଶୁ ଓ ଦୁର୍ବଳ ମହିଳା ପୁଷ୍ଟିକର ଖାଦ୍ୟ ବୋଲି ଅଟା ଗୁଣ୍ଡ କୁ ଖାଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ ବେଗୁନିଆପଡା ବ୍ଲକ ଛତୁଆ ବଣ୍ଟନ କରୁଥିଲେ l ବର୍ତ୍ତମାନ ଉମା ମହେଶ୍ୱର ଏସଏଚଜି ଗ୍ରୁପର ଚାଲାକି ପଣିଆ ଦେଖା ଦେଉଥିବା ବେଳେ କିଛି ରାଜନୌତିକ ଲୋକଙ୍କୁ ହାତ ମୁଠାରେ ରଖି ଲକ୍ଷଲକ୍ଷ ଟଙ୍କା ହଡପ କରୁଥିବା ଶୁଣିବାକୁ ମିଳୁଛି l ଯାହାଦ୍ୱାରା ବେଗୁନିଆପଡା ବ୍ଳକ ରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ରେ ଶତାଧିକ ହିତାଧିକାରୀଙ୍କୁ ଛତୁଆ ଯୋଗାଣ ହେଉଛି। କେତେବେଳେ କେଉଁ ରଙ୍ଗର ଛତୁଆ ପକେଟ ମିଳୁଥିବା ବେଳେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହେଉଛି l ଯାହା ମାସିକ ହାରାହାରି ମୂଲ୍ୟ ଲକ୍ଷ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହେଉଛି।ଏପରି କି ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଛନ୍ତି । ଏମାନେ ନିଜର ରୋଜଗାର ର ପନ୍ଥା ବାଛି ନେଇଥିବା ଜଣାପଡିଛି । ଏନେଇ ବିଭିନ୍ନ ମହଲରେ ଏହାର ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବା ନିହାତି ଜରୁରୀ ହେଉଅଛି ବୋଲି ସାଧାରଣ ରେ ଦାବି ହୋଉଅଛି।

Leave a Reply

Your email address will not be published. Required fields are marked *

%d bloggers like this: