ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,୩୧/୧୨-ରାୟଗଡା ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୀମାଞ୍ଚଳ ସାହୁଙ୍କୁ ଚଳିତ ବର୍ଷ ସୁରେଶ ସମ୍ମାନରେ ସମ୍ମାନିତ କରାଯାଇଛି । ଗୁଡାରୀ ବ୍ଲକ ପ୍ରତିନିଧି ଭାବେ ଶ୍ରୀ ସାହୁ ଦୀର୍ଘଦିନ ଧରି ଶତାୟୁ ଖବର କାଗଜ ଓ ଦୈନିକ ସମ୍ବାଦପତ୍ର ‘ସକାଳ’ରେ ଖବର ପରିବେଷଣ କରି ସାରା ଜିଲ୍ଲାରେ ସୁନାମଧନ୍ୟ ଅର୍ଜନ କରିଛନ୍ତି ।
ସାଧାରଣ ଲୋକଙ୍କ ସ୍ୱରକୁ ନିଜ ଲେଖନୀ ମାଧ୍ୟମରେ ଶାଣିତ କରି ନିଚ୍ଛେକତା ସହିତ ସମାଜ କଲ୍ୟାଣଧର୍ମୀ ଖବର ପରିବେଷଣ, ଦୁଃସାହାସିକ ସାମ୍ବାଦିକତା କରି ୧୨ବର୍ଷକାଳ ବୃତ୍ତିଗତ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବାରୁ ତାଙ୍କୁ ଆଜି ଏହି ସମ୍ମାନ ପ୍ରଦାନ ହୋଇଛି । ସ୍ଥାନୀୟ ଜିଲ୍ଲାମୁଖ୍ୟାଳୟ ସ୍ଥିତ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜଙ୍କ ପ୍ରକଷ୍ଟରେ ଶ୍ରୀ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଋତୁରାଜ, ଶ୍ରୀ ସାହୁଙ୍କୁ ଉପଢୋକଣ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ଓ ଆର୍ଥୀକ ପୁରଷ୍କାର ରାଶି ପାଞ୍ଚହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ସୁରେଶ ସ୍ମୃତି କମିଟି ସଭାପତି ତଥା ବଡଭାଇ ରାଜେଶ ପାଢୀ, ଗିରିଶ ଚନ୍ଦ୍ର ପାତ୍ର ଓ ସକାଳ ରାୟଗଡା ପ୍ରତିନିଧି ଆମଜାଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ଦିବଙ୍ଗତ ସୁରେଶ ପାଢୀ ସାଲିସ ବିହୀନ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସମଗ୍ର ଜିଲ୍ଲାରେ ପରିଚିତ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ନିରେପକ୍ଷ ଓ ସ୍ପଷ୍ଟବାଦୀ ଆଚରଣ ଓ ନିଚ୍ଛେକ ଲେଖନୀ ଯୋଗୁଁ ସେ ଦୈନିକ ଖବର କାଗଜ “ସମାଜ”ରେ ଖବର ପରିବେଷଣ କରି ଜନାଦୃତ ହୋଇପାରିଥିଲେ ।

ତାଙ୍କର ତିରୋଧନ ସ୍ମୃତିରେ ସୁରେଶ ମେମୋରିଆଲ ଟ୍ରଷ୍ଟ ତରଫରୁ ଜିଲ୍ଲାରେ ସମ୍ବାଦିକତା ବୃତ୍ତିରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ସମ୍ମାନୀତ କରାଯାଉଛି । ବିଗତ ୨୦୧୯ ମସିହାରେ ବରି ସାମ୍ବାଦିକ ଗୋପାଳ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ଏହି ଅବସରରେ ସ୍ୱର୍ଗତ ପାଢୀଙ୍କ ସାନ ଭାଇ ତଥା ସକାଳ ଆଞ୍ଚଳିକ ମୁଖ୍ୟ ରାକେଶ କୁମାର ପାଢୀ, ବାପା ଗୋପିନାଥ ପାଢୀ, ମା ହରପ୍ରିୟା ପାଢୀ, ପତ୍ନି ସଙ୍ଗିତା ସାହୁଙ୍କ ସମେତ ସମସ୍ତ ପରିବାର ଓ ବନ୍ଧୁବର୍ଗ ଗଭୀର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସତଗତି କାମନା କରିଥିଲେ । ଏଥିସହିତ ବରି ସାମ୍ବାଦିକ ରଞ୍ଜନ ରଥ, ରାଜେଶ ପଟ୍ଟନାୟକ, ସିଏଚ ଶ୍ରୀନିଭାସ, ବି. ନାଗରାଜୁ, ଗୋପରଞ୍ଜନ ବକ୍ସିପାତ୍ର, ମନୋଜ ପାତ୍ର, ନବୀନଚନ୍ଦ୍ର ସାହୁ, ଶିବ ଗୌଡ, ନିରଞ୍ଜନ ପାଳ, ସ୍ମୃତି ମହାନ୍ତି, ସଗ୍ରାମ ପଟ୍ଟନାୟକଙ୍କ ସମେତ ଗୋପିନାଥ ଗୌଡ, ତୁଷାର ରଞ୍ଜନ ସାହୁ ଓ ଭି.ରାମାଣା ପ୍ରମୁଖ ସ୍ୱର୍ଗତ ପାଢୀଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ ।

Sir Good Evening.
Nice Step…Memory is a way of holding on to the things you love, the things you are, the things you never want to lose
God bless you and your family, Keep you all healthy and happy for ever…
Regards
Jitendra.