ଶବକୁ ନେଇ ଯାଉଥିବା ଆମ୍ବୁଲାନ୍ସ ସହିତ ଟ୍ୟାଙ୍କର ଧକ୍କା : ଘଟଣା ସ୍ଥଳରେ ୪ ମୃତ

0
230

ରିପୋର୍ଟ : ଉମାଶଙ୍କର ସାବତ
ମୁନିଗୁଡା,ରାୟଗଡା,(୧୩/୦୮) : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଖ୍ରୀଷ୍ଟିୟାନ ହସ୍ପିଟାଲରୁ ଜଣେ ମୃତ ମହିଳା କିଡିନି ରୋଗୀର ଶବକୁ ନେଇ ଯାଉଥିବା ସମ୍ପର୍କୀୟମାନେ ଏକ ଘରୋଇ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲା ବେଳେ ମୁନିଗୁଡା ବ୍ଲକ ମଞ୍ଜୁରକୁପା ନିକଟରେ ଏକ ଟ୍ୟାଙ୍କର ପଛପଟୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ଡ୍ରାଇଭର ଅଭୟ କୁଶୁଲିଆ, ଶବକୁ ନେଇ ଯାଉଥିବା ସମ୍ପର୍କୀୟ ବ୍ୟକ୍ତି ଭକ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅମ୍ବାଦଳା ପୋଲିସ ମୃତ୨ଜଣ ଓ ଆହତ ୩ଜଣକୁ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

ମୁନିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଧୀନ ଥିବା ସମୟରେ ଶୁଶାନ୍ତ କୁମାର ବିଶି ଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଲକ୍ଷ୍ମଣ କରୁଆଁ ଓ ଜିତେନ୍ଦ୍ର ଭୋଇ ଅତି ଗୁରୁତର ଅବସ୍ଥାରେ ଚିକତ୍ସାଧୀନ ଅଛନ୍ତି । ସେମାନଙ୍କ କେହି ସମ୍ପର୍କୀୟ ଉପସ୍ଥିତ ନଥିବାରୁ ଆହତ ମାନଙ୍କୁ ରାୟଗଡା ସ୍ଥାନାନ୍ତର କରାଯାଇ ନାହିଁ ।

ସୂଚନା ମୁତାବକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଅଞ୍ଚଳର ବୋଲି ପୋଲିସ କହିଛି । ହସ୍ପିଟାଲରେ ମୁନିଗୁଡା ଏସ୍. ଡି.ପି.ଓ ଏବଂ ଆକାଶ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଆଇଆଇସି ସୁଜ୍ଞାନୀ ସାହୁ ଓ ଏସ ଆଇ ନରସିଂହ ବେହେରା ଘଟଣାର ତର୍ଜମା କରୁଛନ୍ତି ।