Tuesday, March 19, 2024

Top 5 This Week

Related Posts

ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ ମେୟର, ପୌରାଞ୍ଚଳ, ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୪/୦୮) : ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଥିବା ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ପୌରପାଳିକା ଅଧିନିୟମର ପୁନଃ ସଂଶୋଧନ ପାଇଁ ଚିଠା ଆଇନର ବିଜ୍ଞପ୍ତି ପ୍ରକାଶ ପାଇଛି । ମହାନଗର ନିଗମ ମେୟର, ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏମାନେ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ । ୱାର୍ଡ ସୀମା ନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନାକୁ ନେଇ ଏହି ସଂଶୋଧିତ ଆଇନ ଜାରି କରି ସରକାର ଆଜିଠୁ ୩୦ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରିଛନ୍ତି ।

ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି । ପୌରାଞ୍ଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ । ଏଥିପାଇଁ ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ । ପୌରାଞ୍ଚଳର ଜନସଂଖ୍ୟା ଆଧାରରେ ଅଧ୍ୟକ୍ଷ ପଦବୀ କେଉଁ ବର୍ଗର ହେବେ ତାହା ସ୍ଥିର ହେବ । ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଅନ୍ୟ ଗୋଟିଏ, ଏହିପରି ଦୁଇଟି ଭିନ୍ନ ଭିନ୍ନ ଭୋଟବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ ।

ଏହି ସଂଶୋଧିତ ଚିଠା ଆଇନ ଓଡ଼ିଶା ଗେଜେଟରେ ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ଯେକୌଣସି ନାଗରିକ ନିଜର ଆପତ୍ତି ଅଭିଯୋଗକୁ ବିଭାଗୀୟ ସଚିବଙ୍କ ନିକଟରେ ଦାଖଲ କରିପାରିବେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ହାଇକୋର୍ଟରେ ବିଜେପି ପକ୍ଷରୁ ପିଟିସନ ଦାଖଲ ପରେ ଏହି ଚିଠା ଆଇନକୁ ଜାରି କରିଛନ୍ତି । ଏହି ସଂଶୋଧିତ ଚିଠା ଆଇନ ଉପରେ ଆପତ୍ତି ଅଭିଯୋଗ ମିଳିବା ପରେ ସରକାର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଆରମ୍ଭ କରିବେ ।

ତେବେ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଜେଡି ସରକାର ଚାହୁଁଥିବାବେଳେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନକରିବାକୁ କୋର୍ଟ ଦେଇଥିବା ନିଦେ୍ର୍ଧଶ ହିଁ ସରକାରଙ୍କୁ ଅଡ଼ୁଆରେ ପକାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles