ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସୁବର୍ଣ୍ଣ ନାଗଭରଣ ବେଶ ଲାଗି

0
274

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୩/୦୮) : ଆଜି ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା କପିଳାସ ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟରେ ନାଗଭରଣ ବେଶ ଅନୁଷ୍ଠିତ ହୋଇଯାଇଛି । ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚନ୍ଦ୍ର ଶେଖର ଜୀଉଙ୍କ ନାଗାଭାରଣ ବେଶ ହୋଇଥିଲା ।3e1356b5 6e47 47f9 b81d c7aba63f13ff ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସୁବର୍ଣ୍ଣ ନାଗଭରଣ ବେଶ ଲାଗି

କୋଭିଡ ନିୟମ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଓ ଯୁବରାଜ ଶ୍ରୀ ଅମରଜ୍ୟୋତି ସିଂଦେଓ ପୂଜା ଅର୍ଚ୍ଚନା କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ତଥା ନିର୍ବାହୀ ଅଧୁକାରୀ, ଦେବୋତ୍ତର ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ୭୦ ବର୍ଷ ପୂର୍ବେ ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟ ଚୋରୀ ହୋଇଯାଇଥିବା ଜଣାଯାଏ ।

ସେବେଠାରୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ନାଗଭରଣ ବେଶ ରୂପା ମୁକୁଟରେ ଅନୁଷ୍ଠିତ ହେଉଥିଲା । ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନ ଏବଂ ଜିଲ୍ଲା ଦେବୋତ୍ତର ବିଭାଗ ଓ ପୂର୍ବତନ ଉପଜିଲ୍ଲାପାଳ, ସଦର ( ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଢେଙ୍କାନାଳ) ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ବରେ ଏହି ପଞ୍ଚବକୁ ସୁନା ମୁକୁଟ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ମୁକୁଟଟି ୧ କେ.ଜି. ୯୧୦ ଗ୍ରାମ ସୁନାରେ ନିର୍ମିତ ହୋଇଛି , ଯାହାର ମୂଲ୍ୟ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ଅଟେ । ଏହା ମୁଖ୍ୟତଃ ଭକ୍ତମାନଙ୍କ ଦାନ ଅର୍ଥରେ ନିର୍ମିତ ହୋଇଛି ।

ଏହି ନାଗାଭାରଣ ବେଶ ପୁଷ୍ୟାଭିଷେକ, ଜାଗର, ମକର ସଙ୍କ୍ରାନ୍ତି ଅବସରରେ ଅନୁଷ୍ଠିତ ହେବ । ଏହି ଉତ୍ସବ ଅବସରରେ ମାନ୍ୟବର ରାଜ୍ୟ ଖଣି, ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ କେ ଶିବା ସୁବ୍ରମଣ୍ୟମ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶ୍ରୀ ଶଶାଙ୍କ ଶେଖର ଦାଶଙ୍କ ସମେତ ବିଭାଗୀୟ ଅଧୁକାରୀ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।