ସାର ଯୋଗାଇବା ଦାବି ନେଇ ଶତାଧିକ ଚାଷୀଙ୍କ ଝରିଗାଁ, ନବରଙ୍ଗପୁରରେ ରାସ୍ତା ଅବରୋଧ

0
232

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ
ନବରଙ୍ଗପୁର,(୧୩/୦୮) : ଜିଲ୍ଲାରେ ସାରକୁ ନେଇ ଚାଷୀ ଉତ୍ତେଜନା ଜାରି ରହିଛି । ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଝରିଗାଁ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କଲେ ଚାଷୀ । ଗୋଟିଏ ପଟ ଚାଷୀଙ୍କ ରାସ୍ତା ଅବରୋଧ ତ୍ ଅନ୍ୟ ପଟେ ଶୋଭାଯାତ୍ରା ରେ ଯାଇ ଦୋକାନ ବଜାର ବନ୍ଦ୍ କରୁଛନ୍ତି ।

ସାର ଅଭାବକୁ ନେଇ ବିଗତ କିଛି ଦିନ ପୂର୍ବେ ସାର ପାଇଁ ଚାଷୀ ଡିଲର ଙ୍କ ଲମ୍ବା ଲାଇନରେ ଥିଲେ ଏବଂ ଆବଶ୍ୟକ ଅନୁଯାୟୀ ଚାଷୀ ଙ୍କୁ ୟୁରିଆ ସାର ଯୋଗାଇବା ଦାବି ନେଇ ଝରିଗାଁ ତହସିଲଦାର ଏବଂ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଙ୍କୁ ଦାବି ପତ୍ର ଦେଇଥିଲେ ।32c7ce70 9c21 4c40 a8af 5156b4c64f52 ସାର ଯୋଗାଇବା ଦାବି ନେଇ ଶତାଧିକ ଚାଷୀଙ୍କ ଝରିଗାଁ, ନବରଙ୍ଗପୁରରେ ରାସ୍ତା ଅବରୋଧ

କିନ୍ତୁ ଦାବୀ ପତ୍ର ଦେଇଥିଲେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରିନାହିଁ । ତେଣୁ ଆଜି ଶତାଧିକ ଚାଷୀ ଏକତ୍ର ହୋଇ ପ୍ରଥମେ ତହସିଲ କାର୍ଯ୍ୟାଳୟରେ ଦେଶେଇ ପହଞ୍ଚିଥିଲେ ଏବଂ କାର୍ଯ୍ୟଳୟ କୁ ତାଲା ମାରିବା ସହ ତହସିଲ କାର୍ଯ୍ୟାଳୟ ରେ କିଏ ବି କର୍ମଚାରୀ ନଥିବାରୁ ଚାଷୀ ଙ୍କ ମଧ୍ୟରେ ଅତ୍ୟଧିକ ଉତେଜନା ଦେଖା ଦେଇଥିଲା ।

ପରେ ଝରିଗାଁ ସମବାୟ ସମିତି କାର୍ଯ୍ୟାଳୟ କୁ ଯାଇ ଗୋଟିଏ ପଟେ ବର୍ଷା ହୋଇ ଚାଷ ପାଇଁ ଅନୁକୂଳ ପାଗ ଥିବା ବେଳେ ସାର ଅଭାବ ସମସ୍ୟା ଚାଷୀ ଙ୍କ ସମସ୍ୟା କୁ ଦୁଇଗୁଣିତ କରିଦେଇଛି ।

ସାର ସଙ୍କଟକୁ ନେଇ ଚାଷୀ ଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଯଥାଶୀଘ୍ର ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ସାର ମହଜୁଦ ରହିଛି କିନ୍ତୁ ଗୋଟିଏ ଦିନ ରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କୃଷି ବିଭାଗ କହିଛି । ବର୍ତ୍ତମାନ ଚାଷୀଙ୍କ ଆନ୍ଦୋଳନ ଫଳରେ ଝରିଗାଁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । କିନ୍ତୁ ଚାଷୀ ଙ୍କ ଦାବି ପାଗ ଅନୁକୂଳ ଥିବାରୁ ସମସ୍ତ ଚାଷୀଙ୍କ ଜମିରେ ସାର ଆବଶ୍ୟକତା ଅଛି ତେଣୁ ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ପାଇଁ ଦାବି କରିଛନ୍ତି ।

୨୦ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କୁ ସାର ଯୋଗାଇଦେବା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଥିଲେ ଚାଷୀ ଓ ରାସ୍ତା ଅବରୋଧ ହଟିଥିଲା । ସେହିପରି ସାରର କୁତ୍ରିମ ଅଭାବ ଓ ଅଭାବୀ ବିକ୍ରିକୁ ନେଇ ନବରଙ୍ଗପୁର ସହରରେ ମଧ୍ୟ ଗାନ୍ଧୀ ଛକ ନିକଟରେ ଶତାଧିକ ଚାଷୀ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ନବରଙ୍ଗପୁର ଲ୍ୟାମ୍ପ ଦ୍ୱାରା ସ୍ଥାନୀୟ ଆର ଏମ ସି କମ୍ପ୍ଲେକ୍ସରେ ଚାଷୀଙ୍କୁ ସାର ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ୫ ଶହ ବସ୍ତା ସାର ମହଜୁଦ ରହିଥିଲା କିନ୍ତୁ ୧୫୦୦ ରୁ ଉର୍ଦ୍ଧ ଚାଷୀ ସାର ନେବା ପାଇଁ ଆସିଥିଲେ । ଲ୍ୟାମ୍ପ ଅଧିକାରୀ ୫ ସହ ବସ୍ତା ସାର କାହାକୁ ବଣ୍ଟା ଯିବ ବୋଲି ସେ ନେଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଚାଷୀଙ୍କୁ ସାର ଯୋଗାଇଦେବା ପାଇଁ ଚାଷୀ ନିଜ ଜିଦରେ ଅଟଳ ଥିଲେ । ପରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦାବିରେ ଶତାଧିକ ଚାଷୀ ସହର ଗାନ୍ଧୀ ଛକ ମୁଖ୍ୟ ରାଜପଥ ଅବରୋଧ କରିଥିଲେ ।

ରାସ୍ତା ଅବରୋଧ ଦ୍ୱାରା ଗାଡ଼ି ଯାତାୟାତ ବାଧପ୍ରାପ୍ତ ହୋଇଥିଲା । ଏହି ଚାଷୀ ଆନ୍ଧୋଳନରେ ବିଜେପି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ , କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ , ଚାଷୀ ନେତା ବୃନ୍ଦାବନ ତ୍ରିପାଠୀ , ବିଜେପି ନେତା ଅରୁଣ ପୂଜାରୀ , ଶର୍ମିଷ୍ଠା ଦେଓ , ପିଣ୍ଟୁ ମିଶ୍ରଙ୍କ ସହ ବହୁ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ସାମିଲ ହୋଇଥିଲେ ।

ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା ୧୫ ତାରିଖ ଦିନ ସମସ୍ତ ଚାଷୀଙ୍କୁ ସାର ଯୋଗାଇଦେବା ନେଇ ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନ ଓ ରାସ୍ତା ଅବରୋଧ ରୁ ହଟିଥିଲେ । ଜିଲ୍ଲାରେ ଦିନକୁ ଦିନ ସାର ଅଭାବକୁ ନେଇ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି।