Friday, March 29, 2024

Top 5 This Week

Related Posts

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୩/୦୮) : ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଛି ସୂଚନା । http://orissaresults.nic.in ରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ତେବେ କେତେବେଳେ ପରୀକ୍ଷା ଫଳ ବାହାରିବ ସେେଇ କିଛି ସୂଚନା ମିଳିନଥିବା ବେଳେ ଆଜି ସୁଦ୍ଧା ସ୍ପଷ୍ଟ ସୂଚନା ମିଳିବ ।

ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷା ଫଳ ବାହାରିଥିଲା । ସେହି ସମୟରେ ଆଉ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ | ଚଳିତ ବର୍ଷ କଳାରେ ପାସ୍ ହାର ୯୦% ଉପରେ ରହିବ ବୋଲି ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଯେଉଁମାନେ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିବେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଅଫ୍ଲାଇନ୍ରେ ପରୀକ୍ଷା କରାଯିବ କି ନାହିଁ ସେ ସମ୍ପର୍କରେ ଆଗାମୀ ଦିନରେ ଜଣାପଡ଼ିବ ।

ସୂଚନାଯୋଗ୍ୟ, ଯୁକ୍ତ ୨ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି । ଏଥିରୁ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫% ରହିଛି । ଏଥିରେ ପ୍ରଥମ ଶ୍ରେଣୀରେ ୮,୩୫୫ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫,୬୯୨ ଓ ତୃତୀୟ ଶ୍ରେଣୀରେ ୯,୦୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles