ରୁଣ୍ଡି ମହୁଲ ଛକ ଅଂଚଳରେ ସେକ୍ସ ରାକେଟ ଠାବ, ଧରା ପଡିଲେ ଦେହଜୀବୀ ଓ ଗ୍ରାହକ

0
483

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୩/୦୮) : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ରୁଣ୍ଡି ମହୁଲ ଛକ ଅଂଚଳରେ ସେକ୍ସ ରାକେଟ ଚାଲୁଥିବା ନେଇ ଗତକାଲି ରାତ୍ରରେ ରାକେଟ ଠାବ ହୋଇଥିବାର ଜଣା ପଡିଛି |

ସୂଚନା ପାଇ କଣ୍ଟାମାଳ ପୋଲିସ ପେଟ୍ରୋଲିଙ୍ଗ କରୁଥବା ସମୟରେ ରୁଣ୍ଡି ମହୁଲ ଛକ ନିକଟର ରାସ୍ତା ପାର୍ଶ୍ଵରେ ଏକ ପଡିଆରେ ଆପତ୍ତି ଜନକ ଭାବେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ପୋଲିସ ଧରିଥିଲା | ପୋଲିସ ଗାଡିକୁ ଦେଖି ଆଉ ୩ ଜଣ ପୁରୁଷ ଦୌଡ଼ି ପଳେଇଥିଲେ | ପଚରା ଉଚୁରା ରୁ ଜଣାଗଲା ଯେ ୪ ଜଣ ଯୁବକ ମିଶି ସୁବର୍ଣ୍ଣପୁର ଜିଲ୍ଲା ମହାରାଜପୁର ଅଂଚଳର ଜୈନିକ ଦେହଜୀବୀ ମହିଳାଙ୍କୁ ଆଣି ରଖିଥିଲେ |

ଧରାପଡ଼ିଥିବା ଯୁବକ ଜନକ କଣ୍ଟାମାଳ ଋଣ୍ଡିମହୁଲ ଗ୍ରାମର ଜାଗୁସାହୁ (୨୯)ବୋଲି ଜଣାପଡିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନା ରେ ୧୦୧/୨୦୨୧ଆଇ ପି ସି ୩,୪,୫,୭ ଇମୋରାଲ ଟ୍ରାଫିକ ପ୍ରିଭେନଶନ ଆକ୍ଟ ବଳରେ ଜାଗୁକୁ ଗିରଫ କରିଥିବା ଜଣାପଡିଛି |