ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ

0
281

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୦/୦୮) : ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା: ଅଭୟ କୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋର ଅବସ୍ଥାରେ କୃମି ନାଶକର ଗୁରୁତ୍ୱ ଉପରେ ଆଲୋକପାତ କରାଇଥିଲେ |

ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା :ପ୍ରଦୋଷ କୁମାର ମହାପାତ୍ର ସୂଚନା ଦେଇଥିଲେ ଯେ କୃମି ସଂକ୍ରମଣ ଯୋଗୁଁ ରକ୍ତହୀନତା, ଅପପୃଷ୍ଟି, ଭୋକ ନ ହେବା, ପେଟ କଟିବା ଭଳି ଅସୁସ୍ଥତା ଅନୁଭବ ଲାଗେ | ଏହାର ସମସ୍ୟାର ସମାଧାନ ଲାଗି ଅଗଷ୍ଟ ୧୦ ରୁ ୨୩ ପର୍ଯ୍ୟନ୍ତ ଜିଲ୍ଲା ସମସ୍ତ ଗ୍ରାମ ଓ ସହରାଞ୍ଚଳରେ ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର ମାନଙ୍କୁ କୃମିନାଶକ ବଟିକା ଆଲବେନଣ୍ଡା ଜଳ ବଟିକା ଖୁଆଇବା ପାଇଁ ସମସ୍ତ ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଛି | କରୋନା ମହାମାରୀ ଯୋଗୁଁ ଜିଲ୍ଲାର ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ଯାଇ ଏହି ବଟିକା ଶିଶୁ ଓ କିଶୋର ମାନଙ୍କୁ ଖୁଆଇବା ସହିତ ସଚେତନ କରାଇବେ |

ଏହିପରି ଭାବେ ରାଜ୍ୟର ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲାର ଏକ ବର୍ଷ ରୁ ୧୯ ବର୍ଷ ମଧ୍ୟରେ ୧୭୬୭୪୬ ଜଣ ପିଲାଙ୍କୁ କୃମି ନାଶକ ବଟିକା ଖୁଆଇବାକୁ ଧାର୍ଯ୍ୟ କରାଯାଇଛି | ୧ ରୁ ୫ ବର୍ଷ ଛୁଆଙ୍କୁ ସିରପ ଦିଆଯିବାକୁ ଥିବାବେଳେ ୬ ରୁ ୧୯ ବର୍ଷ ପିଲାଙ୍କୁ ବଟିକା ଦିଆଯିବ | ଏହା ପୂର୍ବରୁ କୃମିନାସକ ନିମନ୍ତେ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ବ୍ୟାପକ ସଚେତନ ସୃଷ୍ଟି କରିବା ନିମନ୍ତେ ସୂଚନା, ଶିକ୍ଷା, ଯୋଗାଯୋଗ ପ୍ରକ୍ରିୟାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି | ଗତ ବର୍ଷ ବୌଦ୍ଧ ଜିଲ୍ଳାରେ ଏହି କାର୍ଯ୍ୟକ୍ରମ ୯୮.୩୭ ପ୍ରତିଶତ ସଫଳ ପାଇ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲା |

କାର୍ଯ୍ୟକ୍ରମ ଶେଷରେ ସରକାରୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଏହି ବଟିକା ଖାଇବାକୁ ଦିଆଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ରମ, ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା. ମଦନ ମୋହନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷ୍ୟପତି ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଗୋଷ୍ଠୀ ଶିକ୍ଷା ଧିକାରୀ ଧ୍ରୁବ ଚରଣ ଘିବଲା, ଡ଼ି. ପି. ଏମ. ରୂପକ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲା | ଏହି କାର୍ଯ୍ୟକ୍ରମ ଟିକୁ ପ୍ରଯଜନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ |