ସାଧାରଣ ଜନତାଙ୍କ ସ୍ୱର

ବନବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର

ରିପୋର୍ଟ: ରାକେଶ ମହାରଣା //
ବେଗୁନିଆପଡା (୨୭/୧୨): ବେଗୁନିଆପଡ଼ା ବ୍ଲକ ର ଡଭାବଣିଆ ଭଳି ଦୁର୍ଗମ ଅଂଚଳ ରେ ବନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ପ୍ରୟାସ ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।09cd5fcd ba0b 41a8 a16d 8133d3aa975a

ସ୍ବାସ୍ଥ୍ୟ ବିଭାଗ ତରଫରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ଜୟଦେବ ନାୟକ ଓ ରୋଗ ନିଦାନକାରୀ ସୁକାନ୍ତ କୁମାର ନାୟକ ଙ୍କ ଦ୍ଵାରା ମ୍ୟାଲେରିଆ, ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ରୋଗର ପରୀକ୍ଷା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ। ବନବିଭାଗ ତରଫରୁ ଜିଲ୍ଲା ବନାଧିକାରୀ ସତ୍ୟନାରାୟଣ ବେହୁରା(ଘୁମୁସର, ଦକ୍ଷିଣ)ଙ୍କ ନେତୃତ୍ୱରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ତତ୍ତ୍ୱବଧାନ ରେ ଉପରୋକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ କୋଦଳା ବନପାଳ କୋରା ପ୍ରସାଦ ଜେନା, ବନରକ୍ଷୀ ରମାକାନ୍ତ ହୋତା, ଲିଲି ମଲ୍ଲିକ ସହଯୋଗ କରିଥିଲେ। ଗାଡି ଚାଳକ ସୁମନ୍ତ ଜେନା ଔଷଧ ବିତରଣରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

%d bloggers like this: