ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା

0
214

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୦୯/୦୮) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଶୂନ ନ ହେବା ପର୍ଯ୍ୟନ୍ତ ସାପ୍ତାହିକ ହାଟ , ଜନଗହଳି ପୂର୍ଣ୍ଣ ସ୍ଥାନ ଆଦିରେ ସର୍ବ ସାଧାରଣ , ବ୍ୟବସାୟୀ , ଦୋକାନୀ , ଗ୍ରାହକମାନଙ୍କ ଦ୍ବାରା କୋଭିଡ ପ୍ରୋଟୋକଲ ନିୟମ , ମାସ୍ତ୍ର ପରିଧାନ , ସାମାଜିକ ଦୁରତା ଅନୁପାଳନକୁ କଡାକଡି ଭାବେ ଯାଞ୍ଚ କରିବାକୁ ଏବଂ ଏହାର ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାର , ନିର୍ବାହୀ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।53165590 1d2a 4a4a 9ab0 6ac0eb2c03c3 ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା

ନିୟମିତ ଭାବେ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଣୁ ଆଶା, ଅଙ୍ଗନବାଡି କର୍ମୀ, ସ୍ଵାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କର ଟେଷ୍ଟିଙ୍ଗ କରାଇବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । କରୋନା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ହୋମ ଆଇସୋଲସନରେ ରଖୁବାକୁ ପରାମର୍ଶ ଦେବା ସହ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ନିୟମିତ ଭାବେ ଯାଞ୍ଚ କରିବାକୁ କହିଛନ୍ତି । ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଖରାପ ଆଡକୁ ଗତି କଲେ ତୁରନ୍ତ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରି ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଚିକିତ୍ସା ଅଧିକାରୀଙ୍କୁ କହିଛନ୍ତି । ସଂକ୍ରମଣ ହାର କମିଲେ ଆଗାମୀ ଦିନରେ ଆସିବାକୁ ଥିବା କରୋନାର ତୃତୀୟ ଲହରକୁ ସହଜରେ ମୁକାବିଲା କରାଯାଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ନିୟମିତ ଜାରି ରଖୁବାକୁ ଜିଲ୍ଲାପାଳ ବିଡିଓ , ତହସିଲଦାର , ନିର୍ବାହୀ ଅଧିକାରୀମାନଙ୍କୁ କହିଛନ୍ତି । ଟୀକାକରଣ ସମୟରେ ସାମାଜିକ ଦୂରତା ରକ୍ଷା , ମାସ୍ତ୍ର ପରିଧାନ ପ୍ରତି ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ନଭେମ୍ବର ମାସ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀରେ ଦେବାଦେବୀ ମୂର୍ତ୍ତି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ , ପୂଜା ମଣ୍ଡପରେ ସର୍ବସାଧାରଣଙ୍କ ମୂର୍ତ୍ତି ଦର୍ଶନକୁ ବାରଣ କରାଯାଇଛି । ପର୍ବପର୍ବାଣୀ ସମୟରେ କୌଣସି ପ୍ରକାର ଶୋଭାଯାତ୍ରା , ଭୋଜିଭାତ , ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ । ପୂର୍ବ ନିଷ୍ପତ୍ତି ଅନୁଯାଇ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଚଳିତ ମାସ ୧୨ ତାରିଖ ଠାରୁ ଖୋଲିବ , କିନ୍ତୁ କେବଳ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠ ଆସନ୍ତା ୧୭ ତାରିଖରୁ ଖୋଲିବ ବୋଲି ପୁନଃ ନିଷ୍ପତ୍ତି ହୋଇଛି ।

ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧୁକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ପୌର ନିର୍ବାହୀ ଅଧୁକାରୀ ଶ୍ରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।