ମାଟିଫାଟି ଆଁ : ଜଳ ବିନା ହତାଶ ହୋଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ

0
439

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା,(୦୯/୦୮) : ବୌଦ୍ଧ ଜିଲ୍ଲା ରେ ଗ୍ରୀଷ୍ମର ପ୍ରଭାବ ୩୬ ଡିଗ୍ରୀ ତାପମାତ୍ରା | ଘରେ ରହି ହେଉନି | ଧାନ ଚାଷ ଋତୁ ଥିବାରୁ ଚାଷୀ ଏଵେ ଜଳ ବିନା ହତାଶ ହୋଇ ବସିଛି, ମାଟିଫାଟି ଆଁ କଲାଣି, ତଳି ଗୁଡିକ ଗ୍ରୀଷ୍ମ ପ୍ରଭାବରେ ପାଣି ବିନା ଜଳି ଗଲାଣି |

ହରଭଙ୍ଗା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଘଟିଛି ଏଭଳି ଅଭାବନୀୟ ଘଟଣା | ହରଭଙ୍ଗା ବ୍ଲକର ହରଭଙ୍ଗା, ବାଣିଭୂଷଣପୁର, ରାମଗଡ, ତିଲେଶ୍ଵର, ସରସରା, ଧଳପୁର, ଅଡ଼େଣିଗଡ଼, ତଳ ଗାଁ, ଛତ୍ରଙ୍ଗ, ଲୁଣିବାହାଲ, ବିରନରସିଂ ପୁର, ମଥୁରା ସାମ୍ପୋଚ ଇତ୍ୟାଦି ପଞ୍ଚାୟତ ଗୁଡିକରେ ମାଟିଫାଟି ଆଁ କଲାଣି | ଜଳବିନା ଚାଷୀ ହାହାକାର ହେଲେଣି | କିଛି କିଛି ଜାଗାରେ ଚାଷୀ ବର୍ଷା ପାଇଁ ଇନ୍ଦ୍ରଦେବ ଙ୍କ ପୂଜା ବି କଲେଣି | ଏଣୁ ଚାଷୀ ଙ୍କ ମନରେ ଏ ବର୍ଷ ମରୁଡି ର ଚିନ୍ତା ଘାରିଲାଣି |ବର୍ଷ ଭଲ ଭାବରେ ନ ହେଲେ ଫସଲ ଉଜୁଡି ଯିବାର ସମ୍ଭାବନା ଦେଖା ଦେଲାଣି |