Friday, March 29, 2024

Top 5 This Week

Related Posts

ଜୀବନ ଯୁଦ୍ଧରେ ହାରିଗଲେ କୋଭିଡ଼ ଯୋଦ୍ଧା : ଅନେକ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିଥିଲେ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୮/୦୮) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଛାଖଣ୍ଡି ଗ୍ରାମର ଯୁବ ସମାଜ ସେବୀ ଲାଲୀପ କୁମାର ବେହେରା କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ, ଆଜି ଅପରାହ୍ନ ରେ କଟକର ଏକ ଘରୋଇ ହସ୍ପିଟାଲରେ ୩୮ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଗଲେ ।

ମୃତ୍ୟୁ ପୂର୍ବରୁ, କରୋନା ସମୟରେ ଜଣେ ସମାଜସେବୀ ଭାବେ ଅନେକ କରୋନା ଆକ୍ରାନ୍ତଙ୍କୁ ନିଜସ୍ୱ ଫାର୍ମ ହାଉସରେ ଗୃହ ସାଙ୍ଗରୋଧ କରାଇବା ନିଜ ଖର୍ଚରେ ରୋଗୀ ମାନଙ୍କର ରହିବା, ଖାଇବା ଓ ଔଷଧ ବ୍ୟବସ୍ଥା କରିବା ସହ ସୁସ୍ଥ କରାଇ ଛାଡୁଥିବା କୋଭିଡ଼ ଯୋଦ୍ଧା ଆଜି ନିଜେ ଜୀବନ ଯୁଦ୍ଧରେ ହାରିଗଲେ ।

ସ୍ଥାନୀୟ ଅଂଚଳରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଆସୁଥିଲେ । ଜଣେ ଦକ୍ଷ ଫୁଟବଲ ଖେଳାଳୀ, କ୍ରୀଡା ସଂଗଠକ ଓ ମ୍ୟାଚ ରେଫରୀ ଭାବେ ସ୍ଥାନୀୟ ଅଂଚଳରେ ସୁନାମ ଅର୍ଜନ କରିପାରିଥିଲେ ।

ତାଙ୍କର ବିୟୋଗରେ, ସ୍ଥାନୀୟ ମହାବୀର କ୍ଲବ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରାଯାଇ, ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ୨ ମିନଟ ନିରବ ପ୍ରାର୍ଥନା କରାଯିବା ସହ, ଶୋକସନ୍ତପ୍ତ ପାରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ ପୂର୍ବକ ଶୋକ ବାର୍ତ୍ତା ପାଠ କରାଯାଇଥିଲା ।

ତାଙ୍କର ଅସମୟ ମୃତ୍ୟୁ ରେ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି ।

Popular Articles