ସାମ୍ବାଦିକଙ୍କୁ ଦୁର୍ବ୍ୟବହାର : ଡିଜିପି ଙ୍କ ସାମ୍ବାଦିକ ସମ୍ମିଳନୀକୁ ସାମ୍ବାଦିକମାନେ ବଏକଟ୍ କଲେ

0
277

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା (୦୭/୦୮) : ପୋଲିସ ଡିଜି ଡା. ଅଭୟ କୁମାର ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି । ଏ ନେଇ ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ପାଇଁ ସୂଚନା ଦିଆଯାଇ ଥିଲା । କିନ୍ତୁ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ପୋଲିସ ଡିଜି ଡା. ଅଭୟ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ପାଇଁ ସାମ୍ବାଦିକ ମାନେ ସ୍ଥାନୀୟ ପୋଲିସ ରିଜର୍ଭ ଗେଟ୍ ରେ ପ୍ରବେଶ କରିବା ବେଳେ ପୋଲିସ ବିଭାଗ ପକ୍ଷରୁ ବାରଣ କରାଯାଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲା । ଏ ନେଇ ସାମ୍ବାଦିକ ମାନେ ପ୍ରତିବାଦ କରିଛନ୍ତି ।

ଫଳରେ ସାମ୍ବାଦିକ ମାନେ ଡିଜିପି ତଥା ପୋଲିସ ଡିଜି ଡା. ଅଭୟ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀ କୁ ନ’ ଯିବା ପାଇଁ ନିଷ୍ପତି ନେଇ ବଏକଟ୍ କରିଥିବା ଜଣା ପଡ଼ିଛି ।