ଓଡିଶା ରାଜସ୍ୱ ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା କର୍ମକର୍ତ୍ତାଙ୍କ ଯାଜପୁର ବିଧାୟକଙ୍କ ସହ ଆଲୋଚନା

0
277

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ. ସତୀଶ //
ନବରଙ୍ଗପୁର, (୦୬/୦୮) : ଶୁକ୍ରବାର ନବରଙ୍ଗପୁର ସର୍କିଟ ହାଉସ ଠାରେ ଓଡିଶା ରାଜସ୍ୱ ଅମଲା ସଂଘ ର ମାର୍ଗଦର୍ଶକ ତଥା ମାନ୍ୟବର ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲା ।

ସାକ୍ଷାତ ସମୟ ରେ ଓଡିଶା ରାଜସ୍ୱ ଅମଲା ସଂଘ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା ହୋଇଥିଲା । ବିଶେଷ କରି ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ସରକାରୀ କର୍ମଚାରୀ ସଂଘ ର ସମସ୍ୟା ବିଷୟ ରେ ଆଲୋଚନା ହୋଇଥିଲା ।

ଆଲୋଚନା ସମୟ ରେ ସଂଘ ର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସମେତ ସଂଘ ର ନବରଙ୍ଗପୁର ଜିଲ୍ଲା ଶାଖା ର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ତ୍ରିଲୋଚନ ନାୟକ, ସହ ସମ୍ପାଦକ, ସୁନିଲ ଦାସ, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।