ସାଧାରଣ ଜନତାଙ୍କ ସ୍ୱର

ଏନ.ଆର.ଟି.ଏସ ବୃତ୍ତି ପରୀକ୍ଷା ଦେଲେ ୭୯ ଛାତ୍ରଛାତ୍ରୀ-ବେଗୁନିଆପଡା

ରିପୋର୍ଟ: ରାକେଶ ମହାରଣା //
ବେଗୁନିଆପଡା:- ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏନ ଆର ଟି ଏସ ବୃତ୍ତି ପରୀକ୍ଷା ଶେଷ ହୋଇଛି । ଏହି ବୃତ୍ତି ପାଇଁ ଆଞ୍ଚଳିକ ସ୍ତରରୁ ୭୯ ଜଣ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ମନୋନୀତ ହୋଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ ।

ବରିଡା ସ୍ଥିତ ଅମରେଶ୍ୱର ବିଦ୍ୟାପୀଠ ର ସର୍ବାଧିକ ୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଦୁଇ ଘଣ୍ଟା ସମୟ ସୀମା ବିଶିଷ୍ଟ ଏହି ପରୀକ୍ଷା ରେ କୋଭିଡ ନିୟମ ମାନି ପ୍ରତ୍ୟେକ ପରୀକ୍ଷା ହଲ ରେ ୧୦ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତା ମୂଳକ କରାଯାଇଥିବା କଥା କହିଥିଲେ ବ୍ଲକ ବି ଇ ଓ ଶ୍ରୀଯୁକ୍ତ କମଳାକାନ୍ତ ସାହୁ।ସୁପେରିଟେଣ୍ଡେଣ୍ଟ ଭାବେ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ର ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିବା ବେଳେ ସମସ୍ତ ସହକାରୀ ଶିକ୍ଷକ ପରୀକ୍ଷା କେନ୍ଦ୍ର ପରିଚାଳନା ରେ ସହଯୋଗ କରିଥିଲେ । ଆସନ୍ତା କାଲି ପଞ୍ଚମ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷା ଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *

%d bloggers like this: