ରାସ୍ତା ନଥିବା ହେତୁ ରୋଗରେ ପୀଡିତ ହୋଇ ୬ କିଲୋମିଟର ଭାରରେ ବୁହା ହେଲେ ଦୁଇ ଯୁବତୀ

0
281

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୨/୦୮) : ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଞ୍ଚଳରେ l ରାସ୍ତା ନଥିବା ହେତୁ ଝାଡା ରୋଗରେ ପୀଡିତ ହୋଇ ୬ କିଲୋମିଟର ଭାରରେ ବୁହା ହୋଇ ଦୁଇ ଜଣ ଯୁବତୀ ଆସିଲେ ଆଡେନିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ lWhatsApp Image 2021 08 03 at 8.09.42 AM ରାସ୍ତା ନଥିବା ହେତୁ ରୋଗରେ ପୀଡିତ ହୋଇ ୬ କିଲୋମିଟର ଭାରରେ ବୁହା ହେଲେ ଦୁଇ ଯୁବତୀ

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନିଗଡ ଗ୍ରାମ୍ ପଞ୍ଚାୟତ ଫାଲପାଜୁ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବା ହେତୁ ଝାଡା ରୋଗରେ ପୀଡିତ ହୋଇ ଦୁଇ ଜଣ ଯୁବତୀ ଗୁରୁତର ହୋଇଥିଲେ l ଫାଲପାଜୁ ଗାଁକୁ ରାସ୍ତା ନଥିବା ହେତୁ ଜଙ୍ଗଲ ରେ ଆମ୍ବୁଲାନସ ଯିବାର ସମ୍ଭାବନା ନାହିଁ |

ଶେଷରେ ପରିବାର ଲୋକ ଦୁଇଟି ବାଉଁଶ ନିର୍ମିତ ବଡ ଟୋକେଇ (ଭୁଗା) ରେ ବସାଇ ଦୁଇ ଯୁବତୀଙ୍କୁ ଭାର କରି ପ୍ରାୟ ୬ କିଲୋମିଟର ରାସ୍ତା ବୋହି ଆଜି ଆଡେନିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା l

ଚିକିତ୍ସା ହେବା ପରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡିଛି l ଦେଶ ମଙ୍ଗଳ ଗ୍ରହକୁ ପହଞ୍ଚି ପାରୁଥିବା ବେଳେ ଡାକ୍ତରଖାନା ଆସିବା ପାଇଁ ଆମ୍ବୁଲାନ୍ସ ଗାଆଁକୁ ରାସ୍ତା ଅଭାବରୁ ପହଞ୍ଚି ପାରୁନଥିବା ଓ ଭୁଗାରେ ବସି ଭାରରେ ବୁହା ହୋଇ ଡାକ୍ତରଖାନା ଆସିବା ଘଟଣା ଆଲୋଚନାର ଖୋରାକ୍ ଯୋଗାଇଛି l