ୱାକିଙ୍ଗ ହେଲା କାଳ,ଦୁଇ ଗାଡି ମଧ୍ୟରେ ଧକ୍କା : ଅଳ୍ପକେ ବର୍ତ୍ତିଗଲେ ଦୁଇବ୍ୟକ୍ତି

0
206

ରିପୋର୍ଟ : ମୀନା ବେହେରା
କୋରାପୁଟ,ବନ୍ଧୁଗାଁ,ତା,(୨୯/୭) : ବନ୍ଧୁଗାଁ ଥାନା ଅନ୍ତର୍ଗତ ବଡ଼ ସରପୋଲୀ ପଞ୍ଚାୟତର ସାନ ସରପୋଲୀ ଗ୍ରାମର ଦୁଇ ବ୍ୟକ୍ତି ସୁରେଶ କାଳ୍ପା ଓ ତୁରୁପତି ଖୋସଲା ଦୁହେଁ ନିଜ ଗାଁରୁ ୱାକିଙ୍ଗ କରି ଫେରୁଥିବା ବେଳେ ମେକଡ଼ ଗ୍ରାମର ଦୁଇ ବ୍ୟକ୍ତି ପାର୍ବତୀପୁରମରୁ ହଣ୍ଡା ସାଇନ (ଓଡି ୧୦ ୦୫୧୮ ) ଦୁଇ ଚକିଆ ଗାଡିରେ ମୋବାଇଲ କିଣି ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଦୁଈ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲ |

ଦୁଇଜଣ ବ୍ୟକ୍ତି ତିରୁପତି ଖସଲା ଓ ସୁରେଶ କାଲପା ଗାଡି ଧକ୍କା ରେ ରାସ୍ତା ପାର୍ଶ୍ୱରେ ଏଣେତେଣେ ପଢି ଯାଇଥିଲେ | ରାସ୍ତାରେ ୱାକିଙ୍ଗ ଯାଉଥିବା ଲୋକେ ଦେଖି ଘଟଣା ସ୍ତଳରେ ପହଞ୍ଚି ସୁରେଶ ଓ ତିରୁପତିକୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ |

ସେଠାରେ ତିରୁପତିଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କୁ ଔଷଧ ଲଗାଈ ସିଲାଇ କରିବା ପରେ ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ମୁଣ୍ଡ ସ୍କାନ କରିବା ସହଭଲ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଥିଲେ |

ବର୍ତ୍ତମାନ ତିରୁପତି ଖସଲା ଆନ୍ଦ୍ରର ବିଶାଖା ପାଟନମର ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି | ବର୍ତ୍ତମାନ ତିରୁପଟିଙ୍କ ଦେହ କିଛି ପରିମାଣରେ ସୁସ୍ଥ ଥିବାର ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି | ସୁରେଶ କାଲପା ବନ୍ଧୁଗାଁ ସ୍ୱାସ୍ତ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି |